Anubhutire Kalia Saanta (ଅନୁଭୂତିରେ କାଳିଆ ସାଆନ୍ତ) by Sadananda Panigrahi

ଅନୁଭୂତିରେ କାଳିଆ ସାଆନ୍ତ

ଏହି ଅଳ୍ପଦିନ ତଳେ ମୁଁ ଏବେଂ ମୋର ଜନେ ବନ୍ଧୁ ଏକ ସାହିତ୍ୟ ସଭାରେ ଯୋଗଦାନ ଦେବାକୁ ଯିବାକୁ ଥାଏ । କାହିଁକି କେଜାଣି ଚିନ୍ତାକଲି ଆଗଦିନ ପୁରୀ ଯାଇ ରାତି ରହଣୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ପରଦିନ ସକାଳେ ଆସି କଟକରେ ସାହିତ୍ୟ ସଭାରେ ଯୋଗ ଦେବାକୁ ହେବ । ସପ୍ତାହ ଆଗରୁ ଯୋଜନା ମୁତାବକ ଟିକଟ ହେଇଗଲା ରେଳଯୋଗେ ଯାତ୍ରା ପାଇଁ । ବୋଧହୁଏ ପ୍ରଭୁଙ୍କର ଆମ ଉପରେ ଅହେତୁକ କୃପା ଥିଲା ତେଣୁ ଟିକଟ ସମ୍ଭବ…

ଅଧିକ ପଢ଼ନ୍ତୁ
Ananda Bhaira Dosa (ଆନନ୍ଦ ଭାଇର ଦୋସା) by Biswanath Kinkar Rout

ଆନନ୍ଦ ଭାଇର ଦୋସା

୨୦୧୮ ମସିହା, ମୋ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଦୀର୍ଘ ୧୪ ବର୍ଷର ଚାକିରି ଓ ଦିଲ୍ଲୀ ସହର ଉଭୟଙ୍କୁ ବିଦାୟ ଜଣେଇ ଚାଲି ଆସିଲି ମୋ ସହର ଭଦ୍ରକକୁ, ସବୁଦିନ ପାଇଁ । ଆସିବାର ଦୁଇଦିନ ପରେ ସକାଳୁ ଦାନ୍ତ ଘଷି ବାହାରି ପଡ଼ିଲି ଜଳଖିଆ କରିବା ପାଇଁ । ମୋ ପ୍ରିୟ ଦୋସାର ପ୍ରେମରେ । ବାଇପାସ୍‌ଠାରୁ ଅନେଇ ଅନେଇ ଚାଲିଲି । ସକାଳ ୭:୩୦ । ଅଧେ ଦୋକାନ ଖୋଲି ନଥାନ୍ତି । ଏମିତି ଅନେଇ ଅନେଇ ପହଞ୍ଚି ଗଲି ଭଦ୍ରକ…

ଅଧିକ ପଢ଼ନ୍ତୁ
Odia Story Kankala (କଙ୍କାଳ) by Priyanka Priyadarsini

କଙ୍କାଳ

ଜରାଜୀର୍ଣ୍ଣ ଶରୀର, ଶୁଷ୍କ ଓଠ, ମୁଣ୍ଡରେ ତେଲ ତ ବହୁ ଦୂରର କଥା, ଦେହ ହାତ ସବୁ ପାଉଁଶିଆ; ଦେହରେ ପଡ଼ିଥାଏ ଗୋଟେ ଚିରା ସାର୍ଟ ଯାହା ଲାଜ ତକ ବି ଘୋଡ଼େଇବାର ସାମର୍ଥ୍ୟ ରଖେ ନାହିଁ । ନାଳରେ ଭାସି ଯାଉଥିବା ଆଇଁଠା ମଧ୍ୟ ଜୀବହୀନ ହାତରେ ତୋଳିଆଣି ଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତିନି । ଏ ସବୁ ଚଳଚ୍ଚିତ୍ରରେ ଦେଖିଛି, ନିଜ ଆଖିରେ କେବେ ନାହିଁ । ଅପରିଷ୍କୃତ ଶୁଷ୍କ ଚେହେରା ଗୋଡ଼ିକ କେବଳ ଯେ ଫିଲ୍ମରେ ଥାଏ,…

ଅଧିକ ପଢ଼ନ୍ତୁ
Pabitra Jibana (ପବିତ୍ର ଜୀବନ) by Himanshu Bhusan Sahoo

ପବିତ୍ର ଜୀବନ

◆ ରାକ୍ଷୀ’ର ମହତ୍ତ୍ୱ ଜଣା ନଥିଲା । ସମସ୍ତେ ହାତରେ ବାନ୍ଧି ବୁଲୁଥିଲେ, ଜେଜେମା’କୁ ନେଇ ପଚାଶ ପଇସାରେ ଗୋଟିଏ ରାକ୍ଷୀ କିଣିଆଣି ବୋଉକୁ କହିଥିଲି, “ମୋ ହାତରେ ଶୀଘ୍ର ବାନ୍ଧିଦେ, ମୁଁ ଖେଳିବାକୁ ଯିବି ।” ◆ ଟିକେ ଜାଣିବାଶୁଣିବା ହେଲା ବେଳକୁ ସାନ ଭଉଣୀର ଜନ୍ମ । ମାତ୍ର ୬ମାସ ବେଳକୁ ପଡ଼ିଲା ରାକ୍ଷୀପୁର୍ଣ୍ଣିମା । ଜଗନ୍ନାଥଙ୍କ ଫଟଥିବା ଗୋଟିଏ ରାକ୍ଷୀ ନେଇ ପହଞ୍ଚିଲି ତା’ ଝୁଲା ପାଖରେ । ସାନବୋଉ ହସିଦେଇ କହିଲେ, “ସେ ବଡ଼ ହେଉ, ତୋ’ ହାତରେ…

ଅଧିକ ପଢ଼ନ୍ତୁ
Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ । ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ, ସୋମବାର ଆଉ ବିଭାଗୀୟ ମୁଖ୍ୟଙ୍କ ୟୁନିଟ; ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟ୍‌ଡୋର୍‌ରେ ପ୍ରବଳ ଭିଡ଼ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେଦିନ ଛୁଟିରେ ଥାଆନ୍ତି । ପ୍ରାୟ ୧୨ଟା ୩୦…

ଅଧିକ ପଢ଼ନ୍ତୁ