Editorial Page of Shubhapallaba 40th Edition

✍ ଚତ୍ୱାରିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ ଲେଖାଅଛି, “ଅପାଣିପାଦୋ ଜବନୋ ଗ୍ରହୀତା, ପଶ୍ୟତ୍ୟଚକ୍ଷୁଃ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 39th Edition (ଶୁଭପଲ୍ଲବ ୩୯ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ନବତ୍ରିଂଶ ସମ୍ପାଦକୀୟ

ଆମ ସଂସ୍କୃତି ଓ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏହାର ପ୍ରତ୍ୟେକଟି ବିଷୟବସ୍ତ କେଉଁଠି ନା କେଉଁଠି ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ । ସେମିତି ଏକ ପର୍ବ ହେଉଛି ରଜ ପର୍ବ, ଯାହାକୁ କେବେଠାରୁ ଆଉ କିଏ ପାଳନ କରିବା ଆରମ୍ଭ କରିଥିଲା ଖୋଜିବା ମୂର୍ଖାମୀ ହେବ । କିନ୍ତୁ ଏହା ପଛରେ ଥିବା କାରଣ (ବୈଜ୍ଞାନିକ ହେଉ ବା ଧାର୍ମିକ ହେଉ) ଏକ ମହତ ଉଦ୍ଦେଶ୍ୟ ପ୍ରତିପାଦନ କରେ । ଏହି ତିନିଦିନ ପ୍ରାୟ କିଛି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 38th Edition (ଶୁଭପଲ୍ଲବ ୩୮ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟତ୍ରିଂଶ ସମ୍ପାଦକୀୟ

୧୯୦୧ ମସିହା ପରଠାରୁ ଏହି ବର୍ଷ ଅର୍ଥାତ ୨୦୨୨ରେ ଭାରତ ଓ ପାକିସ୍ତାନରେ ସବୁଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ଫଳରେ ମାର୍ଚ୍ଚ ଓ ଅପ୍ରେଲ ମାସରେ ତାପମାତ୍ର ୪୯ ଡିଗ୍ରୀ ସେଲିସିଅସ୍‌ଠାରୁ ମଧ୍ୟ ଅଧିକ ଥିଲା । ଗ୍ରୀଷ୍ମ ଋତୁର ଆରମ୍ଭରେ ଅନେକ ସ୍ଥାନରେ ସାଧାରଣ ବର୍ଷାର ମାତ୍ର ଏକ ଚତୁର୍ଥାଂଶ ବର୍ଷା ହୋଇଥିଲା ଏବଂ ଆଧିକାଂଶ ସ୍ଥାନରେ ବର୍ଷାର ଗୋଟିଏ ବି ବୁନ୍ଦା ଦେଖିବାକୁ ମିଳିନଥିଲା । ଅତ୍ୟଧିକ ଉତ୍ତାପ ଯୋଗୁଁ ଗୁଜୁରାଟର କିଛି ଅଞ୍ଚଳରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 37th Edition (ଶୁଭପଲ୍ଲବ ୩୭ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତତ୍ରିଂଶ ସମ୍ପାଦକୀୟ

ଯେବେ ନୂଆ ବର୍ଷଟିଏ ଆସେ, ତତ୍ ସମ୍ବନ୍ଧୀୟ ପାଞ୍ଜି ବା କ୍ୟାଲେଣ୍ଡର ବଦଳେ । ଯଦିଓ ଆମେ ସମସ୍ତେ ନିଜର କର୍ମମୟ ଜୀବନ ଭିତରେ ଗ୍ରେଗୋରି ପାଞ୍ଜିକୁ ଆପଣେଇ ନେଇଛେ, ତଥାପି ନିଜ ନିଜର ସଂସ୍କୃତି ଅନୁସାରେ ବର୍ଷରେ ଭିନ୍ନ ଭିନ୍ନ ସମୟରେ ନବବର୍ଷ ପାଳନ କରୁଛେ । ଯଦି ଖାଲି ଭାରତ ବର୍ଷ କଥା ଦେଖିବା, ତେବେ ଅଲଗା ଅଲଗା ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ଦିନରେ କେମିତି ନୂଆ ବର୍ଷ ପାଳନ କରୁଛନ୍ତି ତାହା ଦେଖିପାରିବା । ଆମେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ…

ଅଧିକ ପଢ଼ନ୍ତୁ