Kanika Recipe (କାନିକା ପ୍ରସ୍ତୁତି) by Puspita Bhutia

କାନିକା

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର । ସେ ପରା ବଡ଼ଖିଆ କାଳିଆ ଠାକୁର, ସେଇଥିପାଇଁ ତାଙ୍କ ପାଖରେ ୬୦ ପଉଟି ଭୋଗ ଲାଗିହୁଏ । ମହାବାହୁଙ୍କ ୫୬ ଭୋଗ ଭିତରୁ କାନିକା ହେଉଛି ଅନ୍ୟତମ । ଜଗନ୍ନାଥଙ୍କର ତିନି ଭୋଗ ମଧ୍ୟରୁ ବଡ଼ସଙ୍ଖୁଡ଼ି ଭୋଗରେ କାନିକା ଲାଗି କରାଯାଏ । ଯଦିଓ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା କାନିକାର ପ୍ରସ୍ତୁତି ଶୈଳୀ ଭିନ୍ନ, ତଥାପି ମୁଁ ଚେଷ୍ଟା କରିଛି କାନିକା ପ୍ରସ୍ତୁତ କରିବାକୁ । ଆବଶ୍ୟକୀୟ ସାମଗ୍ରୀ: ୧. ଗାଟେ କପ୍ ବାସୁମତୀ ଚାଉଳ…

ଅଧିକ ପଢ଼ନ୍ତୁ
Makar Chaula

ମକର ଚାଉଳ

ନମସ୍କାର ବନ୍ଧୁଗଣ ! ମୁଁ ଆଶିଷ, ଆସନ୍ତୁ ଆପଣଙ୍କୁ ଗୋଟେ ଛୋଟ କାହାଣୀ କହୁଛି; ମକର ଚାଉଳର କାହାଣୀ… ଧନୁ ସଂକ୍ରାନ୍ତିରେ ମୁଆଁ ଭାର ନେଇ ଏକମାସ ପାଇଁ ବାପ ଘରକୁ ଯାଇଥିବା ମା’ ଲଷ୍ମୀ ଶ୍ରୀମନ୍ଦିରକୁ ଫେରନ୍ତି ମକର ସଂକ୍ରାନ୍ତି ଦିନ । ମହାପ୍ରଭୁ ତଥା ବଡ଼ ସାଆନ୍ତଙ୍କ ମାନ ଭଞ୍ଜନ ପାଇଁ ବାପଘରୁ ସାଥିରେ ଆଣି ଆସିଥାନ୍ତି ସେହି ଋତୁର ନୂତନ ଚାଉଳରେ ପ୍ରସ୍ତୁତ ସ୍ୱାଦିଷ୍ଟ ମକର ଚାଉଳ । ମକର ଚାଉଳର ଭୋଗ ଖାଇ ତୃପ୍ତ ହୁଅନ୍ତି…

ଅଧିକ ପଢ଼ନ୍ତୁ
Enduri Pitha Recipe - ଏଣ୍ଡୁରି ପିଠା

ଏଣ୍ଡୁରି ପିଠା

ଯଦିଓ ଆମର ଓଡ଼ିଆରେ କୁହାଯାଏ ବାର ମାସରେ ତେର ପର୍ବ, କିନ୍ତୁ ସାଧାରଣତଃ ଦେଖିବାକୁ ଗଲେ ତେର ନୁହେଁ ବରଂ ତିରିଶ କି ତା’ଠାରୁ ଅଧିକ ପର୍ବ ଆମେ ପାଳନ କରିଥାଉ ଏବଂ ସେ ଭିତରୁ ଅଧିକାଂଶ କୃଷି ଭିତ୍ତିକ ପର୍ବ । କୃଷି ଭିତ୍ତିକ ପ୍ରତ୍ୟେକ ପର୍ବର ବିଶେଷତ୍ୱ ଯେମିତି, ସେହି ପର୍ବ ସହ ଜଡ଼ିତ ଖାଦ୍ୟ ପାନୀୟର ସ୍ୱତନ୍ତ୍ରତା ମଧ୍ୟ ସେମିତି । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଆ ଘରର…

ଅଧିକ ପଢ଼ନ୍ତୁ
Gaintha Pitha - ଗଇଁଠା ପିଠା

ଗଇଁଠା ପିଠା

ଆମେ ଓଡ଼ିଆ ୧୨ ମାସରେ ୧୩ ଯାତ ପାଳନ କରିଥାଉ… ଆମର ପର୍ବପର୍ବାଣୀ ସହ ଆମର ଖାଦ୍ୟ ପେୟ ଆଉ ପିଠାପଣାର ସମ୍ବନ୍ଧ ଭାରି ନିବିଡ଼ । ଯେମିତି ପ୍ରଥମାଷ୍ଟମୀ ଆସିଲେ ଆମେ ଏଣ୍ଡୁରୀପିଠା କରିବାକୁ ଭୁଲିନଥାଏ, ରଜ ଆସିଲେ ପୋଡ଼ପିଠା, ସେମିତି ଦୀପାବଳି ସମୟରେ ବଡ଼ବଡ଼ିଆଙ୍କୁ ପଇଁଆ କାଠି ଜାଳି ଡାକିବା ସମୟରେ କେତେକ ସ୍ଥାନରେ ଗଇଁଠା ପିଠାର ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଦେଖିବେ, ଶିଖିବା ଆମେ କେମିତି ଆମ ଘରେ ଗଇଁଠା ପିଠା…

ଅଧିକ ପଢ଼ନ୍ତୁ
Chhuin-Aloo Santula

କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା

ଆମେ ଓଡ଼ିଆ, ଭାରି ବଢ଼ିଆ । ଆମେ ଆମର ଭାଷା, ସଂସ୍କୃତିକୁ ଯେମିତି ଭଲ ପାଉ, ସେମିତି ଆମେ ଆମର ଖାଦ୍ୟକୁ ମଧ୍ୟ ଭଲ ପାଉ । ଆଜି ଆମର ପାରମ୍ପାରିକ ପରିବା ସଜନା ଛୁଇଁକୁ ନେଇ ପ୍ରସ୍ତୁତ କରୁଛୁ କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା, ଯାହାକି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ । ଆବଶ୍ୟକୀୟ ସାମଗ୍ରୀ: ୧. ସଜନା ଛୁଇଁ – ୨୫୦ ଗ୍ରାମ୍ ୨. ଆଳୁ –…

ଅଧିକ ପଢ଼ନ୍ତୁ