ଭେଜାଲ୍

Sambalpuri Poem Bhejal (ଭେଜାଲ୍) by Satyanarayan Padhan

ଭେଜାଲ୍ ହେଉଛେ ଗୁଟେ ଗୁଟେ କରି
ଦୁନିଁଆରେ ଅଛେ ଯାହା,
ଭେଜାଲ୍ ଆଜି ଉଷ କଷା ଠାନୁଁ
ଭେଜାଲ୍ ପି’ ଲା ଚାହା ।

ଭେଜାଲ୍ ହେଉଛେ ଚାଉଲ୍, ଅଣ୍ଡା
ଶୁନିଁ କାବା ଯିବ ହେଇ,
କ୍ଷୀର, ମହୁ ଠାନୁଁ ଭେଜାଲ୍ ମିଲୁଛେ
ଜାନିଁ ନାଇଁପାରୁଛନ୍ କେହି ।

ଭେଜାଲ୍ ଆଜି ତ ମୁନୁଷ୍ ସମାଜ୍
ଗୁଟେ ସତ୍ ଲୋକ୍ ନାଇଁ,
ଜିନିଷ୍ ଗୁରାକ ଭେଜାଲ୍ ହେଲାଯେ
କାହାକେ କହେମାଁ ଭାଇ ।

ଭେଜାଲ୍ ଇନଁ ହୋ ମନ୍ତ୍ରୀ ନେତା
ଭେଜାଲ୍ ତାକର୍ ଚେଲା,
ଦେଶ୍ କେ କେନ୍ତା ଲୁଟ୍ ବେ ଭାବୁଛନ୍
ସେମାନେ ଜିଁ’ଲେ ହେଲା ।

ଭେଜାଲ୍ ହେଲାନଁ ଶିକ୍ଷା ବ୍ୟବସ୍ଥା
ସ୍ୱାସ୍ଥ୍ୟର୍ ବୁରା ହାଲ୍
କହି ଚାଲୁଥିଲେ ନାଇଁସରେ କେଭେ
ସବୁ ତ ଆଏ ଭେଜାଲ୍ ।

ଭେଜାଲ୍ ଭିତ୍‌ରେ ଗୁଟେନଁ ଅସ୍‌ଲି
ହରେକୃଷ୍ଣ ହରେରାମ୍,
ଜନମ୍ ଠାନୁଁ ମରନ୍ ଦୁଆର୍ ତକ୍
ସବୁନେଁ ଆଏବା କାମ୍ ।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...