ଡ. ତୃପ୍ତି ରଞ୍ଜନ ଦାସ

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।

Radhika on Chocolate day

ଚକୋଲଟ୍ ଡେ: ରାଧିକା…

ତମେବି ଛୁଆଟିଏ ପରି, ସେଦିନ କଅଣ କହିଦେଲି ଯେ ଚକୋଲେଟ ଖିଆ ଛାଡ଼ିଦେଲ ଅର୍ଦ୍ଧ ରାତିରେ ସୁନା ପିଲାଟିଏ ପରି । ଆଜି ଖାଇଲେ କିଛି କହିବିନି । କିଏ କହିଲା ଚକୋଲେଟ ଖାଇଲେ ମୋଟି ହେବ ବୋଲି? ତା’ଛଡ଼ା, ଯେତେ ଓଜନ ହେଲେବି ଭାର ମୁଁହିଁ ତ ବୋହିବିନା । -ଆରେ… ଆରେ ରାଗିକି କୁଆଡ଼େ ଯାଉଛ? ବାହାରେ ବର୍ଷା ହଉଛି…. -ସତରେ ତମେ ସବୁଠୁ ନିଆରା । ଗୋଟିଏ ଚକୋଲେଟରେ ବୁଝିଯାଉଥିବା ମନଟିକୁ କୋଟିଏ…

ଅଧିକ ପଢ଼ନ୍ତୁ
Odia Poem - Sita Ruture Mo Gaon

ଶୀତ ଋତୁରେ ମୋ ଗାଆଁ

ପାଚିଲା ଧାନ ଗହିର ଶେଷମୁଣ୍ଡରେ ଧାଡ଼ି ଧାଡ଼ି ତାଳ ଗଛ ଆରପଟୁ, କୁହୁଡ଼ି ଚିରେ ସୂର୍ଯ୍ୟ… କାକର ଘାସର ମିତ, ଘର ବାହାରଟା କାଶ୍ମୀର ଲାଗେ… କମ୍ବଳ ପ୍ରେମିକାଠୁ ନିଜର, ଆଲାର୍ମ ଦଶଥର ବାଜିବାଯାଏଁ… ଅଗଣା ସାରା; ଦରାଣ୍ଡି, ଘୁଷୁଡ଼ି ଚାଲେ ବୁଢ଼ୀମା ଖୋଜି ଟିକିଏ କଅଁଳ ଖରା… ଛାଞ୍ଚ ବାଡ଼ିଆ ଲକ୍ଷ୍ମୀ ପାଦ, କଷ୍ଟରେ ତିଆରି ଝୋଟି ଓଳି ମୂଳରେ ଝୁଲେ ନୂଆ ଧାନରେ ମେଣ୍ଟି ରଙ୍ଗ ବେରଙ୍ଗ ସୁଇଟରରେ ଭବିଷ୍ୟତ ପଣ୍ଡିତେଙ୍କ ଦାଣ୍ଡ ପିଣ୍ଡାରେ…

ଅଧିକ ପଢ଼ନ୍ତୁ

ବାନ୍ଧବୀ

ବେଳେ ବେଳେ ମାଟିରେ ଥିବା ମଣିଷ ଆକାଶର ଜହ୍ନ କୁ ଦେଖି, ଅତ୍ୟନ୍ତ ଭାବବିହ୍ୱଳିତ ହୋଇ କୁହେ- ଏ ଜହ୍ନ ମୋର, ଏ ଜହ୍ନ.. ମୋ ପ୍ରେମିକା । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସେ ବିଶ୍ୱାସ କରିପାରେ ନାହିଁ, ଜହ୍ନ କେବଳ ଆକାଶର ବୋଲି । ମୁଁ ଏ ପୃଥିବୀ ପୃଷ୍ଠରେ ରହି, ଜହ୍ନ ପାଇଁ ଯେତେ ଲୁହ ଗାଡ଼ାଇଲେବି ଆଉ ଯେତେ ଲହୁ ଲୁହାଣ ହେଇ କବିତା ଲେଖିଲେବି, ସେ କେବେ ହେଲେ ଆକାଶରୁ…

ଅଧିକ ପଢ଼ନ୍ତୁ

ମୟୂର ଚନ୍ଦ୍ରିକା

ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ…

ଅଧିକ ପଢ଼ନ୍ତୁ
situa-sakala-prema

ଶୀତୁଆ ସକାଳ ପ୍ରେମ

ସକାଳୁ କି ନିଦ !!! ମୁଁ ଶବପ୍ରାୟ; ଯୌତୁକରେ ପାଇଥିବା ଖଟ ଉପରେ ତମ ଦରମା ପଇସାରେ କିଣା କମ୍ବଳରେ ତମଠୁ ପାଇଥିବା ସନ୍ତକଟିକୁ ଜାକିଧରି କୋଳରେ । “ଏଇ… ବାପପୁଅ କେତେ ଶୋଇବ…?” ସକାଳୁ ସକାଳୁ କେଁ କେଁ ଶବ୍ଦ ମତେ କର ଦ୍ରୌପଦୀ ଆଉ ତମେ ହେଇଯାଅ ଦୁଃଶାସନ ଫିଙ୍ଗିଦିଅ କମ୍ବଳକୁ ଦେହେ ଘଷି ମୋର ତମ ଥଣ୍ଡା ଥଣ୍ଡା ହାତକୁ ଆଖି ଖୋଲି ମୁଁ ଦେଖେ ତ !!! ରାଜଧାନୀକୁ ଶୀତ ଛୁଇଁଥିଲା…

ଅଧିକ ପଢ଼ନ୍ତୁ