ଟିକା ଗୋବିନ୍ଦ

ଟିକା ଗୋବିନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ ଟିକା ଗୋବିନ୍ଦଟିକା ଗୋବିନ୍ଦ ଓଡ଼ିଆ…

ଅଧିକ ପଢ଼ନ୍ତୁ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ ଗଛ ନା ବଦଳେ ପକ୍ଷୀ ନା ବଦଳେ ଡର । ବାସ୍ ବଦଳି ଯାଏ ମଣିଷର ସଂଜ୍ଞା, ଏପାଖେ ନାଗରିକ ସେପଖେ ଶରଣାର୍ଥୀ । ବାଡ଼ ଆରପାଖେ ପରା ଘାସ ସବୁବେଳେ ସବୁଜ । ସବୁଜ ଘାସ ମୋହରେ ବାଡ଼ ଡେଇଁଲା…

ଅଧିକ ପଢ଼ନ୍ତୁ
Odia Poem Saphalata (ସଫଳତା) by Tika Govind

ସଫଳତା

ଆଖିକୁ ଦିଶେ କେବଳ ସଫଳତାର ରଙ୍ଗ ରୋଷଣୀ ସଜ, ଦିଶେନା କେବେ ବିଜୟପଥେ ଲହୁ ଲୁହ ଆଉ ସ୍ୱେଦ । ସଫଳତା କେବେ ସୁଲଭ୍ୟ ନୁହଁ ଇଚ୍ଛାକଲେ ମିଳିଯିବ, ପଥ ଏ ଯେ ଭାରି କଠିନ ବନ୍ଧୁର ହାସିଲ ହିଁ କରିହେବ । ସଫଳତାଠୁ ବି ସୁନ୍ଦର ଲାଗେ ରାସ୍ତା ସେ ସଫଳତାର, ଖୁସି ସେ ସଦା ରହୁ ବା ନରହୁ ସ୍ମୃତି ରହେ ସେ ଯାତ୍ରାର । ଶୀର୍ଷକୁ ଯିବା ବଡ଼କଥା ନୁହେଁ ବଡ଼କଥା ଶୀର୍ଷରେ ରହିବା, ଏଇ କଥାଟିକୁ…

ଅଧିକ ପଢ଼ନ୍ତୁ