ସ୍ୱରୂପ କୁମାର ନାୟକ

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।

Odia Story Kalajai (କଳାଜାଇ) Swarup Kumar Nayak

କଳାଜାଇ

“ତମେ ଏଇ ପେପର୍‌ଟା ଧରି କ’ଣ ବସିଗଲ ଯେ ! କାଲି ପରା ରାତିରେ କଥା ହେଇଥିଲା ମୋର ଆଜି ରୋଷେଇ ବନ୍ଦ, ତମେ ରବିବାର ସ୍ପେଶାଲ୍ ବନେଇବ !! ବଜାର ନଯାଇ ସକାଳୁ ପେପର୍ । କି ପୁର ପଶିଛି କେଜାଣି ସେଇ ପେପର୍‌ରେ ।” ପେପର୍ ଟାଣିନେଇ ଜୟ ସାମ୍ନାରେ ଅଣ୍ଟାରେ ହାତ ଦେଇ ଠିଆ ହେଇପଡ଼ିଲା ଆଶା । “ଏମିତି ଶକ୍ତିମାନ ଭଳିଆ କ’ଣ ଠିଆ ହେଇ ପଡ଼ିଲ ଯେ? ଦିଅ ପେପର୍,…

ଅଧିକ ପଢ଼ନ୍ତୁ
Kshata

କ୍ଷତ

ଏକ ଚିହ୍ନ ମାତ୍ରର ଦୈର୍ଘ୍ୟ, ପ୍ରସ୍ଥକୁ ମିଶାଣ କରି କ୍ଷତର ପରିସୀମା ନିର୍ଦ୍ଧାରଣ କରିବା କେବଳ ପାଗଳାମି । କ୍ଷତ ଅତୀତର ଅସ୍ତିତ୍ୱକୁ ବର୍ତ୍ତମାନରେ ଜାହିର କରେ । କାହାଣୀକୁ ଅମ୍ଳଜାନ ଦେଇ ଜୀବିତ ରଖେ । କ୍ଷତ କଷ୍ଟ ଦିଏ, ଏକ ଅଲିଭା ଦାଗ ଛାଡ଼ି ଯାଏ । କ୍ଷତ ସ୍ମୃତିଚାରଣ କରେ । ହେଲେ ସବୁ କ୍ଷତ ଯେ କଷ୍ଟ ଦିଏ ତାହା ନୁହେଁ । ସୂର୍ଯ୍ୟର ପ୍ରଚଣ୍ଡ କିରଣ ମାଟିରେ କ୍ଷତ ସୃଷ୍ଟି…

ଅଧିକ ପଢ଼ନ୍ତୁ
Duhita

ଦୁହିତା

୧ ମେଡିକାଲରେ ଖାଲି ଏ ପାଖ ସେପାଖ ହଉଥାଏ ବସୁଧା । ଡାକ୍ତର ତ କିଛି ଖୋଲି କହୁ ନାହାନ୍ତି, କେତେ ସିରିୟସ୍, କ’ଣ ଭଲ ହବ କି ନାଇଁ କିଛି ବି ନାଇଁ । କେହି ବି ପାଖରେ ନାହାନ୍ତି ସାହସ ଟିକେ ଦବାକୁ । ସଂଗ୍ରାମଙ୍କୁ କେତେବେଳୁ ଫୋନ୍ କଲାଣି ବହୁତ ଅର୍ଜେଣ୍ଟ କହିକି, ପୁଣି ମେଡିକାଲ୍‌ରେ ଆସି ପହଞ୍ଚିବାକୁ କହିଛି । ଯେ କେହି ହେଲେ ବି ଡରି ଯିବ, ହେଲେ ନାଇଁ,…

ଅଧିକ ପଢ଼ନ୍ତୁ
Byabhicharini

ବ୍ୟଭିଚାରିଣୀ

ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ…

ଅଧିକ ପଢ଼ନ୍ତୁ
A note about Priyanka Rape Case

ପ୍ରିୟଙ୍କା ତୁମେ ଭୁଲ ଥିଲ

ପ୍ରିୟଙ୍କା ତୁମେ ଭୁଲ ଥିଲ, ଭୁଲିଯାଇଥିଲ କ’ଣ ତୁମେ ଜଣେ ନାରୀ । ରାତିରେ ଏକାକୀ ଅନ୍ଧାର ଶୁନ୍‌ଶାନ୍ ରାସ୍ତାରେ ଯିବାକୁ ସାହସ କିଏ ଦେଲା ତୁମକୁ ! ପାଶୋରି ଗଲ କ’ଣ ନାରୀ ଅବଳା ଦୁର୍ବଳା, ପୁରୁଷ ସମଶକ୍ତି ତା’ର ନାହିଁ । ମନେ ପଡ଼ିଲାନି କ’ଣ ଲକ୍ଷ୍ମଣରେଖା କଥା? ରେଖା ପାର ହେଲେ ଛଦ୍ମବେଶୀ ରାବଣ । ହଁ, ଏବେ ଯୁକ୍ତି କରିପାର ରାବଣ ତ ସୀତାଙ୍କ ସତୀତ୍ୱକୁ ଆକ୍ରମଣ କରିନଥିଲା । ଭଉଣୀ,…

ଅଧିକ ପଢ଼ନ୍ତୁ