ଷ୍ଟାର୍ଟଅପ୍
ସେଦିନ ସନ୍ଧ୍ୟାରେ ରିଜୋର୍ଟ ଲେକ୍-ଭିଉରେ ସାଙ୍ଗମାନଙ୍କର ଗେଟଟୁଗେଦର ଥାଏ । ଭୁବନେଶ୍ୱରରୁ ଚିଲିକା ଗାଡ଼଼ି ଚଲେଇ ଆସିଛନ୍ତି । ଏତେ ଦିନକେ ଆଜି ମିଶିଛନ୍ତି ସବୁ ସାଙ୍ଗ । ଆଜି ନହେଲେ ଛୁଟିରେ ପ୍ଲାନ ହୁଏ ହେଲେ କେବେ ସେମାନେ ଭେଟି ପାରନ୍ତି ନାହିଁ । କେବେ କାହାକୁ ଛୁଟି ମିଳେନି ତ କେବେ କୋଉ ସମ୍ପର୍କୀୟଙ୍କ ବାହାଘର । ଯେତେ ଚେଷ୍ଟା କଲେ ବି ଏମିତି ସନ୍ଧ୍ୟାଟିଏ ନିଜ ପାଇଁ ସେମାନେ ଖୋଜି ପରି ନଥିଲେ…