ସୁଧାଂଶୁ ଶେଖର ଦ୍ୱିବେଦୀ

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Premare Bandha Sara Jagata (ପ୍ରେମରେ ବନ୍ଧା ସାରା ଜଗତ) by Sudhanshu Shekhar Diwedi

ପ୍ରେମରେ ବନ୍ଧା ସାରା ଜଗତ

(ଲକଡାଉନରେ ଘଟିଥିବା ଏକ ସତ କାହାଣୀ) ଲକଡ଼ାଉନରେ ଗୋଟେ ସମାଜ ସହାୟକ ଗୋଷ୍ଠୀ ଗତ କେତେଦିନ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଦ୍ୟ ବିତରଣ କରୁଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରତିଦିନ ଗୋଟେ କୁକୁର ଆସି ଯେକୌଣସି ଲୋକ ହାତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦଉଡ଼ି ପଳାଏ । ଏଭଳି ପରିସ୍ଥିତି ଦେଖି ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ ଚିନ୍ତାରେ ପଡ଼ିଲେ । କିଛି ଉପାୟ ନପାଇ ଦିନେ ସେମାନେ ଜଣେ ପୋଲିସ କର୍ମଚାରୀଙ୍କୁ ଡିୟୁଟିରେ ଲଗାଇଲେ । ପ୍ରାୟଃ…

ଅଧିକ ପଢ଼ନ୍ତୁ
Odia Story Bhruna (ଭ୍ରୁଣ) by Sudhanshu Shekhar Dwibedi

ଭ୍ରୁଣ

ଗର୍ଭକୁ ଆସିବାପରେ ମମ୍ମି ଅଭିମାନ କଲା । ପାପା କହିଲେ ଘରେ ବହୁତ ଲୋକ ହୋଇଗଲେଣି ଆଉ ପିଲା ଦରକାର ନାହିଁ । ମା’ ଗର୍ଭରେ ରହି ସେ ଜାଣିପାରୁଥାଏ ଲୋକମାନେ ବଡ଼ ଅଜବ ଢଙ୍ଗରେ ଭାବି ହେଉଛନ୍ତି । ସେଥିପାଇଁ ମମ୍ମି ଚିନ୍ତାଶୀଳ ହୋଇଯାଏ । ମୋର ଅସ୍ଥିରତା ଏବଂ ଗର୍ଭରେ ଅବ୍ୟବସ୍ଥିତ ଅବସ୍ଥା ତାକୁ ଅଜଣା ଉଷ୍ଣତାରେ ଭରିଦିଏ । ପରନ୍ତୁ ପାପା ନିକଟରେ ଥିଲେ ଏକ ଅଜଣା ଭୟରେ ସେ ଅସ୍ତ ସୂର୍ଯ୍ୟର ରଙ୍ଗରେ ରଙ୍ଗେଇଯାଏ । ପାପା ଦିନସାରା ହିସାବରେ…

ଅଧିକ ପଢ଼ନ୍ତୁ
Odia short story Douda (ଦୌଡ଼) by Sudhansu Shekhar Dwibedi

ଦୌଡ଼

ପଲ୍ଲବୀ ୭ମ ଶ୍ରେଣୀରେ ପଢ଼େ । ଆଜି ତା’ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା ହେଉଛି । ଖେଳପଡ଼ିଆ ଚାରିପାଖେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୌଡ଼ ପ୍ରତିଯୋଗିତା ଦେଖିବା ପାଇଁ ଭିଡ଼ାଭିଡ଼ି ହୋଇ ଛିଡ଼ା ହୋଇଥାଆନ୍ତି । ପଲ୍ଲବୀ ସେମାନଙ୍କ ମଧ୍ୟରୁ ଜଣେ । ଖେଳରେ ଅଂଶଗ୍ରହଣ କରିବା ପାଇଁ ତା’ ମନ ସବୁବେଳେ ବ୍ୟାକୁଳ ହେଉଥାଏ । ହେଲେ ତା’ ଇଚ୍ଛା ଇଚ୍ଛାରେ ରହିଯାଏ କେବେ ପୂରଣ ହୋଇପାରେନାହିଁ । କାରଣ ତା’ ଡାହାଣ ଗୋଡ଼ ପୋଲିଓ ପାଇଁ ଅକର୍ମଣ୍ୟ ହୋଇଯାଇଛି । ସାମାନ୍ୟ ପିଲାଙ୍କ ଭଳି…

ଅଧିକ ପଢ଼ନ୍ତୁ
ସତ୍ୟ କହିହୁଏନା

ସତ୍ୟ କହିହୁଏନା

ସତ୍ୟ କହିହୁଏନା ସତ୍ୟକୁ ନିଜ ଲୋକମାନେ ବି ଲୁଚେଇ ଦିଅନ୍ତି ସତ କହିଲେ ପାଗଳାମିର ଆକ୍ଷ୍ୟା ମିଳେ, ଯିଏ ନିଜ ଭୁଲ ପାଇଁ ସତ କୁହେ ନାହିଁ ସେ ହିଁ ଅନ୍ୟକୁ ଆରୋପ କରେ । ହଉ ହେଲା- ସେପରି ଲୋକଙ୍କୁ ଭୁଲିଯିବା ଦରକାର ପଡ଼ିଲେ ସେମାନେ ବରଫକୁ ନିଆଁ ବୋଲି କହିବେ, ଆରେ ଜୀବନଟା ପରା ବଡ଼ ଅମୂଲ୍ୟ ! ଖାଲି ସ୍ନେହ-ପ୍ରେମ-ଶ୍ରଦ୍ଧା ଲୋଡ଼ା ଲୋକେ ତ ସେଥିରୁ ବି ଫାଇଦା ଉଠାନ୍ତି । ସତରେ ଦୁନିଆକୁ ବୁଝି ହେଉନଥିବା…

ଅଧିକ ପଢ଼ନ୍ତୁ
ଶ୍ରମିକ ଦିବସ

ଶ୍ରମିକ ଦିବସ

ଶ୍ରମିକ ଦିବସରେ ଗୋବରା ଗୋବର ଗୋଟଉଥାଏ ଧନକି ଧାନ ଭୋଗୁଥାଏ ହରିଆ ହଳ କରୁଥାଏ ପଚାରିଲି…. “ଅରେ… ଆଜି ବି କାମ କରୁଛୁ?” ‘ତ’- “ତୁମେ କ’ଣ ଗୋବର ଗୋଟେଇବ? ନା ଧାନ ରୋପିବ? ନା ହଳ କରିବ?” ସରକାରୀ ବସ୍ତାବିଜ୍‌ରେ ଆଠ ଘଣ୍ଟା କାମ ଆଠ ଘଣ୍ଟା ଆରାମ ଆଠ ଘଣ୍ଟା ମନୋରଞ୍ଜନ, ଶ୍ରମିକମାନଙ୍କର ଏକଜୁଟ କେତେ ଧର୍ମଘଟ କେତେ ଆନ୍ଦୋଳନ କେତେ ଅନସନ ଶେଷରେ ମଇ ଏକ ତାରିଖ ଶ୍ରମିକ ଦିବସ ଛୁଟି ମଞ୍ଜୁର,…

ଅଧିକ ପଢ଼ନ୍ତୁ