ସିନ୍ଧୁଜ୍ୟୋତି ତ୍ରିପାଠୀ

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।

Dada JP Vaswani

ମନେପଡ଼ନ୍ତି: ଦାଦା ଜେ.ପି. ୱାସୱାନୀ

୨ ଅଗଷ୍ଟ୍‌ ୧୯୧୮ରେ ସିନ୍ଧ ଅନ୍ତର୍ଗତ ହୈଦରାବାଦ(ଏବେ ପାକିସ୍ତାନରେ)ରେ ଜନ୍ମ ହୋଇଥିଲେ, ପୁଣେସ୍ଥିତ ‘ସାଧୁ ୱାସୱାନୀ ମିସନ୍‌’(ଏହି ସଂସ୍ଥା ସ୍ଥାପନ କରିଥିଲେ- ସାଧୁ ଥାଁୱରଦାସ ଲୀଲାରାମ ୱାସୱାନୀ; ସେ ଦାଦା ୱାସୱାନୀଙ୍କ ଗୁରୁ)ର ପୂର୍ବତନ ଆଧ୍ୟାତ୍ମିକ ମୁଖ୍ୟ- ଦାଦା ଜଶନ ପହଲାଜ ରାୟ ୱାସୱାନୀ । ଦାଦା ୱାସୱାନୀ ଜଣେ ଆଧ୍ୟାତ୍ମିକ ଗୁରୁ; ତେବେ, କୌଣସି ଧାର୍ମିକ ଗୋଷ୍ଠୀ ବା ସଂପ୍ରଦାୟର ସ୍ଥାପକ ନ ଥିଲେ । ସେ ଆଧ୍ୟାତ୍ମିକ ଉପଦେଶ ଦେବା ସହ ଶାକାହାର ଓ…

ଅଧିକ ପଢ଼ନ୍ତୁ
Bhairav Mohanty

ମନେପଡ଼ନ୍ତି: ଭୈରବ ମହାନ୍ତି

ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର କ୍ରୀଡ଼ା ଜଗତ୍‌ର ‘ଧର୍ମପିତା’ କହାଯାଏ । ଆମ ରାଜ୍ୟର ଖେଳ ଦୁନିଆରେ ତାଙ୍କୁ ଜଣେ ବ୍ୟକ୍ତି ନୁହେଁ, ଅନୁଷ୍ଠାନ ରୂପେ ବିଚାର କରାଯାଏ । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତା ବଳରେ କ୍ରୀଡ଼ାର ଉନ୍ନତି ଓ ଅଗ୍ରଗତି ହୋଇଥିଲା । ସେ ଥିଲେ ଏକଧାରରେ ରାଜନୀତିଜ୍ଞ, ସାମ୍ବାଦିକ, ଖେଳାଳି ଓ ଖେଳ ସଂଗଠକ । ଆଜୀବନ ଖେଳର ବିକାଶ…

ଅଧିକ ପଢ଼ନ୍ତୁ
Karmabira Gouri Shankar Ray

ମନେପଡ଼ନ୍ତି: ‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ । ତାଙ୍କ ଦ୍ୱାରା ପ୍ରକାଶିତ-ସଂପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର । ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସଂପାଦକ ଦାୟିତ୍ୱ ତୁଲାଇଥିଲେ । ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର । ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ୱ ଦେଇଥିଲା । ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ ।…

ଅଧିକ ପଢ଼ନ୍ତୁ
Narayan Prasad Singh

ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ

ପ୍ରାୟ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜର ମିଠା ମିଠା ଗୀତ ମାଧ୍ୟମରେ ବାନ୍ଧିରଖିଥିଲେ, ଗୀତିକବି ‘ରସରାଜ’ ନାରାୟଣ ପ୍ରସାଦ ସିଂହ । ୧୯୩୩ ମସିହାର ମେ ମାସ ୨୮ ତାରିଖରେ କଟକ ଜିଲ୍ଲାର ଅସୁରେଶ୍ୱର ଅନ୍ତର୍ଗତ କୋଇଲରେ ଜନ୍ମ ହୋଇଥିଲେ ସେ । ପିତା ଥିଲେ ବିହାରୀ ଲାଲ ସିଂହ ଏବଂ ମାତାଙ୍କ ନାମ ଥିଲା ସରୋଜିନୀ ଦେବୀ । ଅସୁରେଶ୍ୱର ସ୍କୁଲ୍‌ରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ…

ଅଧିକ ପଢ଼ନ୍ତୁ
Biography of Utkala Gouraba Madhusudan Das (ଉତ୍କଳ ଗୌରବ ମଧୁସୂଦନ ଦାସ)

ଉତ୍କଳ ଗୌରବ ମଧୁସୂଦନ ଦାସ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ…

ଅଧିକ ପଢ଼ନ୍ତୁ