ସସ୍ମିତା ସାହୁ

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।

Digahara Byaktitwa

ଦିଗହରା ବ୍ୟକ୍ତିତ୍ୱ

ଭିଡ଼ର ମୁଖ ଶଳାରେ ନିରୀହ ବ୍ୟକ୍ତିତ୍ୱ ଖୋଜୁଛି ତା’ର ଠିକଣା, କାହିଁ କେତେ ଦିନୁ ତୃଷ୍ନା ଭରି ଅନ୍ତର କୋଣରେ ଘୁରି ବୁଲେ ତାହା ସେ ଜାଣେନା…… ଇର୍ଷା କେବେ ବାଟ କାଟେ ତ କେବେ ଭୟ ତା’ର କାୟା ମେଲେଇ ଲୁଚାଇବାକୁ ଚାହେଁ ତା’ର ଅସ୍ତିତ୍ୱ, କଇଁ କଇଁ କାନ୍ଦି ଗଡ଼ାଇ ଦିଏ ଅଦୃଶ୍ୟ ଲୁହ କେବେ ତ ଗୁମୁରି ଗୁମୁରି ଝୁରି ହୋଇ ଥାଏ ସେ ବ୍ୟକ୍ତିତ୍ୱ… ତଥାପି ସଂଗ୍ରାମ ସରିନାହିଁ ତା’ର ଚାଲୁଅଛି…

ଅଧିକ ପଢ଼ନ୍ତୁ
hrudayare-krushna

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ, ନାଚୁଥିବ ନାଚୁଥିବ ମୋର ମନ ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧) ତୁମ ମଥାରେ ସେ ମୟୂର ପୁଚ୍ଛିକା ଜାତ ପରଶେ ଗଲେ ଦୋହଲି, ହାଡ଼ ମାଂସର ଏ ଶରୀର ଭିତରେ ରଚିଯାଅ ତୁମେ ହୋଲି । (୨) ହୁଅନ୍ତିକି ତୁମ ହାତର ବଇଁଶୀ ଲାଖିଯିବି ଅଧରରେ, ରଙ୍ଗେଇ ଦେବି ମୁଁ ମୋ ତନୁ ମନକୁ ନାଲି ଅଧରର ଗାରେ…

ଅଧିକ ପଢ଼ନ୍ତୁ
sati

ସତୀ

ସମୟ ପ୍ରାୟ ୪ଟା ପାଖାପାଖି । ଘର ଅଗଣାରେ ସ୍ୱାତୀ ଚୌକି ଉପରେ ବସି ଅପରାହ୍ନ‌କୁ ଉପଭୋଗ କରୁଥିଲା । ଘର କ‌ହିଲେ, ଗୋଟିଏ ମହଲା ବିଶିଷତ ଘର, ସେଥିରେ ଆବଶ୍ୟକ ପରିମାଣର ରୁମ୍ ଥିଲା । ଘରର ବାହାରକୁ ଅଗଣାଟିଏ ଓ ଅଗଣାକୁ ଲାଗିକରି ସୁଉଚ୍ଚ ପାଚେରୀ । ପରିବାର କ‌ହିଲେ, ସ୍ୱାତୀ, ତା’ର ସ୍ୱାମୀ ଅରୁଣ, ଶାଶୁ ଓ ଶ୍ୱଶୁରଙ୍କ ସ‌ହ ରହୁଥିଲା । ଦେଢ଼ଶୁର ଓ ବଡ଼ଯାଆ ତା’ର ବେଙ୍ଗାଲୁରୁରେ ତା’ଙ୍କ ପରିବାର…

ଅଧିକ ପଢ଼ନ୍ତୁ
akanksha

ଆକାଂକ୍ଷା

ତୁମେ ଭାଙ୍ଗିଦେଇ ପାର ବୃହତାକାର ମହାଦ୍ରୁମ… କିନ୍ତୁ ରୋକି ପାରିବନି ତା’ର କ୍ଷୁଦ୍ର ଅଙ୍କୁରୋଦ୍‌ଗମ… ଲିଭେଇ ଦେଇପାର, ଆଶାର ପ୍ରଜ୍ୱଳିତ ଅଗ୍ନି, ହେଲେ ପ୍ରଶମିତ ହେବ ନାହିଁ ବୃହଦାକାଂକ୍ଷା ବ‌ହ୍ନି… ଭାବିବନି କେବେ, ଏ ତ’ ସାମାନ୍ୟ ବାରି, ବନ୍ୟା ରୂପେ ହୋଇପାରେ, ମହାପ୍ରଳୟଙ୍କରୀ… – ସସ୍ମିତା ସାହୁ ସସ୍ମିତା ସାହୁସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।

ଅଧିକ ପଢ଼ନ୍ତୁ
sarbasrestha-prani

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ । ମୁଁ କ୍ରୋଧ, ନିମିଷକେ ଧ୍ୱଂସିବା ମୋହର ମାର୍ଗ । ମୁଁ ମାନବ, ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ । ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ…

ଅଧିକ ପଢ଼ନ୍ତୁ