ସମିତା ସାହୁ

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।

Odia Story Bahira Malata (ବହିର ମଲାଟ) by Samita Sahoo

ବହିର ମଲାଟ

ବସରେ ଠେଲା ପେଲା ଗହଳିକୁ ଘୃଣା କରୁଥିବା ଝିଅ ଯେ ପ୍ରତିଦିନ ବସରେ ଯିବା ଆସିବା କରିବାକୁ ହବ ଭାବି ନଥିଲି । ବସରେ ବାପା ବୋଉଙ୍କ ସହ ମାମୁଁ ଘର ଗଲାବେଳେ ବହୁତ ଚିଡ଼େ ମୁଁ । ସେଥିପାଇଁ ଟ୍ରେନରେ ଯାଉ । କେବେ କେବେ ଭୁବନେଶ୍ୱର ଆସିଲେ ବାପାଙ୍କ ସଙ୍ଗେ ସ୍କୁଟରରେ ଆସେ । ହେଲେ ରମାଦେବୀ ମହାବିଦ୍ୟାଳୟରେ ପଢ଼ିବା ଇଚ୍ଛା ଯୋଗୁଁ ମୁଁ ନିଜ ସହ ସାଲିସ୍ କରିନେଇଥିଲି । କୁହନ୍ତିନି ଯେଉଁଟା…

ଅଧିକ ପଢ଼ନ୍ତୁ
Odia Poem Mo Gaon Dakuchhi (ମୋ ଗାଁ ଡାକୁଛି) by Samita Sahoo

ମୋ ଗାଁ ଡାକୁଛି

ସେ କହୁଛି ଗାଁକୁ ଫେରିଆ କହୁଛି – ରାସ୍ତାସବୁ ପକ୍କା ଏବେ ଆଉ କାଦୁଅ ହଉନି ଆଉ ବିଜୁଳି କଟୁନି ଓଦା ଗୋବର ଲିପା ଚଟାଣକୁ ଘୃଣାକରୁ ପରା ! ଏବେ ତ ପକ୍କା ଘର, ତୁ କ’ଣ ଆସିବୁନି? ଗାଁ କେତେ ବଦଳି ଗଲାଣି ଆଉ କ’ଣ ଥିବ ସେ ନଳକୂଅ କଳଙ୍କି ଧରିଥିବ ମୋ ବାଟ ଚାହିଁ ଚାହିଁ, ନାଇଁ, ଏବେ ତ ସବୁ ଘରେ ବୋରୱେଲ୍ ତାକୁ ସବୁ ଭୁଲି ଯିବେଣି ।…

ଅଧିକ ପଢ଼ନ୍ତୁ
Odia Poem Swatantra Pradesh Odisha (ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା) by Samita Sahoo

ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା

ନାଁ ତୋ’ର ଉଡ୍ର, କଳିଙ୍ଗ, ଓଡ଼ିଶା ମମତାମୟୀ ତୁ ସେନେହ ଝରା, ମାତାମହୀ ମୋ’ ଭାରତ ହେଲେ ତୁ ମୋ ଜନନୀ ଶୋକ ପାଶୋରା । ମୋ ପୂର୍ବ ପୁରୁଷ ବିସ୍ତାରିଥିଲେ ଗଙ୍ଗାଠାରୁ ଗୋଦାବରୀ ଚୋଡ଼ଗଙ୍ଗ, ନରସିଂହ, ଅଶୋକ ଖାରବେଳ, ଯଯାତି କେଶରୀ । କଳା ସଂସ୍କୃତିର ଜନମ ଭୂଇଁ ତୁ ଖଣ୍ଡଗିରି, କୋଣାର୍କ, ଲିଙ୍ଗରାଜ ପୁରୀ, ରତ୍ନଗିରି, ଧଉଳି ପାହାଡ଼ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶେଯ । କାଳର କରାଳ ଗତିରେ ଆମେ ହେଲୁ ଯେବେ…

ଅଧିକ ପଢ଼ନ୍ତୁ

ତୁମ ପ୍ରେମିକା

ଶାନ୍ତ ସମୁଦ୍ରରେ ଘୂର୍ଣ୍ଣି ଝଡ଼ ସୃଷ୍ଟି ହୋଇ ତା’ ବକ୍ଷକୁ ଆନ୍ଦୋଳିତ କଲା ଭଳି ମୋ ମନକୁ ଦୋହଲେଇ ଦେଇଥିଲା ତୁମର ସେ କେଇ ପଦ କଥା । ପାଦ ତଳୁ ଯେମିତି ହଠାତ ଭୂମିଟା ଖସି ଯାଉଥିଲା ଦୂରକୁ ଦୂରକୁ । ଦୀର୍ଘ ଦିନର ବ୍ୟବଧାନ ପରେ ମୁଁ ତୁମକୁ ଫୋନ କରିଥିଲି ଭଲ ମନ୍ଦ ପଚାରି ବୁଝିବା ପାଇଁ, ହେଲେ ଏମିତି ଏକ ସମ୍ବାଦ ପାଇବି ତାହା ମୋ ଚିନ୍ତାର ବାହାରେ ଥିଲା ।…

ଅଧିକ ପଢ଼ନ୍ତୁ
Biraha

ବିରହ

ଆଦ୍ୟ ଆଷାଢ଼ରେ ମୌସୁମୀର ପହିଲି ଛୁଆଁରେ ଆକାଶଟା ପୁରା ନିର୍ମଳ ଦେଖାଯାଉଛି ଆଉ ସେ ଫାଳେ ଜହ୍ନକୁ ବେଢି଼ ରହିଛନ୍ତି ମିଞ୍ଜି ମିଞ୍ଜି ଜଳୁଥିବା ଅନେକ ତାରା । ଜହ୍ନ ସହ ଟିକେ ଏକାନ୍ତରେ କଥା କରେଇ ଦେବେନି ନା କ’ଣ? ଅଦେଖା ଦରଜ ଅକୁହା କଥା ସେ କହିବ କାହାକୁ, ସମୁଦ୍ରର ଢେଉ ଭଳି ମନକୁ ଆନ୍ଦୋଳିତ କରୁଥିବା ସେ ପ୍ରଶ୍ନର ଉତ୍ତର ଦେବ କିଏ? ପ୍ରଶ୍ନର ଉତ୍ତର ତ ମିଳିବନି ହେଲେ ଅକୁହା ବେଦନାକୁ…

ଅଧିକ ପଢ଼ନ୍ତୁ