ରୁଦ୍ର ନାରାୟଣ ଖଟୁଆ

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ…

ଅଧିକ ପଢ଼ନ୍ତୁ
ନିଃସଙ୍ଗତା

ନିଃସଙ୍ଗତା

ସୁନ୍ଦର ତା’ ଚାରୁ-ଲତା, ଆଉ ନିରବ ତା’ ପଥ କଣ୍ଟା ଥାଏ ଅବା ଫୁଲ ଥାଏ, ତା’ ପଥେ ପଥେ ଚାଲିବାକୁ ହୁଏ ମୋତେ ତା’ ନିର୍ଜନ ବନରେ କିଛି ହଜିଯାଏ ତ ଆଉ କିଛି ମିଳିଯାଏ, ନୂଆ ଆଶାର କିରଣ ସେମିତି ସାଥିରେ ମୋ ଥାଏ ॥ ସାଥି ବିନା ଲାଗେ ମୋତେ ଖାଁ ଖାଁ ତା’ ନୀରବ ପଥେ ଅଜଣା ଭୟରେ ପ୍ରାଣ ମୋର ଶଙ୍କି ଉଠେ ମନ ମୋର ଏଣେ ତେଣେ ଘୁରି…

ଅଧିକ ପଢ଼ନ୍ତୁ
କେମିତି କହିବି ତୋ ଆଗେ

କେମିତି କହିବି ତୋ ଆଗେ

ସଞ୍ଜ ଆସିଗଲେ ତୋ କଥା ମନେପଡ଼େ ରାତି ହେଲେ ତୋ ଛବି ଉଙ୍କିମାରେ କେମିତି କହିବି ତୋ ଆଗେ ସ୍ୱପ୍ନରେ ମୁଁ ନିତି ଏମିତି ହଜୁଥାଏ । ଚାଲିଗଲେ ପଛକୁ ବୁଲି ଚାହେଁ ଲାଗୁଥାଏ ଏମିତି କାହିଁ କି ହୁଏ କେମିତି କହିବି ତୋ ଆଗେ ସତରେ ମୁଁ ଏମିତି ତୋତେ ଝୁରୁଥାଏ । କାହିଁ କେବେ ଏକୁଟିଆ କଥା ହୁଏ ଆସିଗଲେ କେହି ମୁଁ ଚାଲିଯାଏ କେମିତି କହିବି ତୋ ଆଗେ ଏ ମନ ତୋତେ…

ଅଧିକ ପଢ଼ନ୍ତୁ
ଆଜି ଖୋଜି ଚାଲିଛି

ଆଜି ଖୋଜି ଚାଲିଛି

ମନରେ ଅଗଣିତ ପ୍ରଶ୍ନ ସମାଧାନର ଉପାୟ ଖୋଜି ଚାଲିଛି ଆଖିରେ ଅସୁମାରି ସ୍ୱପ୍ନ ରାତ୍ରିର ଅନୁସନ୍ଧାନ କରୁଛି କେଇ ଦିନର ଭୋକିଲା ପେଟ ଖାଦ୍ୟ ପାଇଁ ଛଟ ପଟ ହେଉଛି ଚାଲିବାକୁ ବହୁପଥ ଅଛି କ୍ଲାନ୍ତ ପଥିକଟି ପରି ପଡ଼ି ରହିଛି ବଞ୍ଚିବାକୁ ଆଶାନାହିଁ ପ୍ରଭୁ ତୁମ ଦର୍ଶନକୁ ଅପେକ୍ଷା କରିଛି ସତରେ ବିଚିତ୍ର ଏ ଦୁନିଆ ଆଉ ତାର ଚିତ୍ରପଟ ॥ ରୁଦ୍ର ନାରାୟଣ ଖଟୁଆରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ ।…

ଅଧିକ ପଢ଼ନ୍ତୁ
ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ? ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି, ମନରେ ଅସୁମାରି ପ୍ରଶ୍ନ, ସମାଧାନର ଉପାୟ ଖୋଜିଚାଲିଛି ।। ଆଜି କାହିଁ ନିରବ? ସମୟ ସ୍ରୋତରେ ଭାସି ମୁଁ ଚାଲିଛି, ଅଟକିବାର ବୃଥା ପ୍ରଚେଷ୍ଟା, ରକ୍ତାତ କରୁଛି, ଆଗକୁ ଠେଲି ବି ନେଉଛି ।। ଆଜି କାହିଁ ନିରବ? ସତେ ଯେମିତି କାହାକୁ ହଜେଇ ଦେଇଛି, ଛାତିରେ ଛାତିଏ କୋହ, ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି ।। ଆଜି କାହିଁ ନିରବ? ଭିଡ଼ ଭିତରୁ…

ଅଧିକ ପଢ଼ନ୍ତୁ