ରୁଦ୍ର ନାରାୟଣ ଖଟୁଆ

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Aji bi se mana rakhichi (ଆଜି ବି ସେ ମନେରଖିଛି) by Rudranarayan Khatua

ଆଜି ବି ସେ ମନେରଖିଛି

ଅଜସ୍ର ସ୍ୱପ୍ନକୁ ଦିନେ ବୁଣିଥିଲା ବୋଲି ଖୁସିରେ ତା’ ଦିନ ଆଜି ବିତୁଛି ଆଖିର ଲୁହକୁ ଢାଳିଥିଲା ବୋଲି ଭାତ ମୁଠେରେ ତା’ ପେଟ ପୂରୁଛି ॥ ପାଠ ବେଶୀ ନପଡ଼ି ବି ସେ ବେଦ ପୁରାଣକୁ ଭଲ ବୁଝିଛି କାହୁଁ ବଡ଼ ବଡ଼ ଲୋକ ତା’ ପାଖେ ଆଜି ହାର ମାନିଛି ॥ ଘରେ କିଛି ନଥାଇ ବି ସେ ଅତିଥି ସତ୍କାର ଭଲକି ଜାଣିଛି ସବୁକିଛି ଆମ ପାଶେ ଥାଇକି ବି ଅତିଥି ସତ୍କାର…

ଅଧିକ ପଢ଼ନ୍ତୁ
Bhala Pauthili Tate

ଭଲପାଇଥିଲି ତୋତେ…

ଭଲପାଇଥିଲି ମନ ଦେଇ ତୋତେ ଚାଲିଗଲୁ ଛାଡ଼ି କରି ଏକା ମୋତେ ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର ଭାଙ୍ଗିଦେଲୁ ମୋର ସାତ ସପନର ଘର ॥ ବୁଝିଗଲି ତୋ’ ଭଲପାଇବାର ମୂଲ୍ୟ କ’ଣ ଥିଲା ଏହି ଆମ ଅମର ପ୍ରେମ ମିଥ୍ୟା ପ୍ରତିଶ୍ରୁତିର ଆଶ୍ରା କରିଥିଲୁ ମୋ ଭଲପାଇବାକୁ ଠକିଦେଇ ଗଲୁ ॥ ତୋ’ ପାଇଁ ମୁଁ ସବୁ କିଛି ଭୁଲିଥିଲି ତୋତେ ମୁଁ ନିଜର ସବୁଦିନ ପାଇଁ କରିଥିଲି ସାଙ୍ଗସାଥି ଭୁଲି ତୋ’ ପାଖେ…

ଅଧିକ ପଢ଼ନ୍ତୁ
Kie Se Bujhichhi

କିଏ ସେ ବୁଝିଛି

କିଏ ସେ ବୁଝିଛି ଏ ଦୁନିଆକୁ ଆଜି କେମିତି ଚାଲିବ କରି ତାକୁ ସାଥି ଭବିଷ୍ୟତ ଆଖି ଆଗରେ ରହିଛି ବର୍ତ୍ତମାନରେ ସେ ବୁଡ଼ି ରହୁଛି ॥ କିଏ ସେ ବୁଝିଛି ଭଲପାଇବାର ମୂଲ୍ୟ ଖାଲି ପାଇବାର ଆଶା ସିଏ ଦେଖୁଛି ନିସ୍ଵାର୍ଥପରର ଅଭିନୟ ସାଜି ନିଜକୁ ନିଜେ ସେ ଧୋକା ଦେଉଛି ॥ କିଏ ସେ ବୁଝିଛି ଏ ସମ୍ପର୍କର ଭାଷା ନିଜ ସ୍ୱାର୍ଥ ଲାଗି ମିଠା କଥା କହି ନିଜକୁ ନିଜେ ଠକିବାର ଲୋକ…

ଅଧିକ ପଢ଼ନ୍ତୁ
କୋରନା ଦୁଃଖ

କୋରନା ଦୁଃଖ

କୁଆଡ଼ୁ ମାଡ଼ି ଆସିଲା ଏ କୋରନା ଆମ ଜୀବନେ ଚାରିଆଡ଼େ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ ସଭିଙ୍କ ମନରୁ ହସ ଖୁସି ଛଡ଼େଇ ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ ଘରୁ ବାହାରିବାକୁ ଡର ଲାଗୁଛି ଯେମିତି ବନ୍ଦୀ ଜୀବନ ଘରେ କଟୁଛି ସବୁ କିଛି କାମ ସେମିତି ଆଗକୁ ପଡ଼ିରହିଛି ସମୟ ତା’ ବାଟରେ ଚାଲି ଯାଉଛି ଏମିତି ଜୀବନ ଲୋଡ଼ା ନାହିଁ ଆମ ସବୁ କିଛି ଭୟ, ଦୁଃଖର ହେଉ ଅବସାନ…

ଅଧିକ ପଢ଼ନ୍ତୁ
Odia Poem - Sita Sakalara Mo Gaon

ଶୀତ ସକାଳର ମୋ ଗାଁ

କୁହୁଡ଼ି ଶେଯରେ ସକାଳୁ ସେ ଢାଙ୍କି ହୋଇଥାଏ ସୁନେଲି କିରଣରେ ତା’ ନିଦ ଭାଙ୍ଗିଯାଏ କୃଷକ ପୁଅ ବିଲଆଡ଼େ ମାଡ଼ିଯାଏ ମା’ଙ୍କର ବିରକ୍ତି ଭରା ଗାଳି ଶୁଣି ନିଦ ମୋର ହଜିଯାଏ ଏପଟେ ଘରୁ ଚକୁଳିର ବାସ୍ନା ମୋ ପାଶେ ମାଡ଼ିଆସେ ସନିଆ ଜେଜେ ପାଖକୁ ଡାକି ମିଠା ମିଠା ଗପ କହେ କେତେ ବେଳେ ତା’ କୋଳରେ ପଶି ଦାଢ଼ି ମୁଁ ଟାଣିଦିଏ “ଏ ଚଗଲା ଟୋକାକୁ ପାରି ହେବନି”, କହି ମୃଦୁ ହସଟିଏ ଦିଏ…

ଅଧିକ ପଢ଼ନ୍ତୁ