ରମେଶ ଚନ୍ଦ୍ର ବେହେରା

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bapa Tume Gala Pare (ବାପା ତୁମେ ଗଲା ପରେ) by Ramesh Chandra Behera

ବାପା ତୁମେ ଗଲା ପରେ

ବାପା ତୁମେ ଗଲା ପରେ… (ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି ମନର ମନ୍ଦିର ଭୁଶୁଡ଼ି ପଡ଼ିଛି କାନ୍ଥ, ବାଡ଼, ସାହି ପଡ଼ିଶା ନିରବ, ନିସ୍ତବ୍ଧ ଖାଲି ତୁମ ପ୍ରତିଛବି ତୁମ ସ୍ମୃତି ମନେପଡ଼ୁଛି ଅଧୁରା ଲାଗୁଛି ଘରଟି ବାପା ତୁମେ ଗଲାପରେ… ବିରହ ନିଆଁରେ ଜଳୁଛି ହୃଦୟରେ ସ୍ମୃତି ସବୁ ଚାପି ହୋଇଛି ଅଶାର କିରଣ ଝାଉଁଳି ଯାଇଛି କାହାରି ମୁଖରେ ହସ ଟିକେ ମିଳୁନି ଆଖିର ଲୁହକୁ ଓଠର ଦୁଇ ଧାର ପିଇ ଯାଉଛି…

ଅଧିକ ପଢ଼ନ୍ତୁ
Odia Poem Kie ba Bhuliba (କିଏ ବା ଭୁଲିବ) by Ramesh Chandra Behera

କିଏ ବା ଭୁଲିବ

କିଏ ବା ଭୁଲିବ ମୋ ଓଡ଼ିଶାର ବୀରପୁତ୍ର ମଧୁସୂଦନ, ଗୋପବନ୍ଧୁ ସୁବାଷ, ସୁରେନ୍ଦ୍ର, ଲକ୍ଷ୍ମଣ ରାଧାନାଥ, ଫକିରମୋହନ ଗଙ୍ଗାଧର, ଜୟଦେବ ଖୁଦିରାମ ଆଦି ମାହାତ୍ମ୍ୟଙ୍କ ଅବଦାନକୁ? କିଏ ବା ଭୁଲିବ ମୋ ଓଡ଼ିଶାର ସଂସ୍କୃତି କୋଣାର୍କର କାରୁକାର୍ଯ୍ୟ ବେଶଭୁଷା ସନ୍ଧ୍ୟାର ଗୋଧୂଳି ପକ୍ଷୀଙ୍କର କିଚିର ମିଚିରି ସଂସ୍କାରି ଜନଜାତିକୁ କିଏ ବା ଭୁଲିବ ମୋ ଓଡ଼ିଶାର ସବୁଜିମା ଭରା ଘଞ୍ଚ ଅରଣ୍ୟ, ପର୍ବତମାଳା ସବୁଜ ବନାଦୀର ଚାରୁ ଚିତ୍ରପଟ୍ଟକୁ? କିଏ ବା ଭୁଲିବ ମୋ ଓଡ଼ିଶାର ଶାଗ…

ଅଧିକ ପଢ଼ନ୍ତୁ
Odia Poem Karma (କର୍ମ) by Ramesh Chandra Behera

କର୍ମ

ଚରିତ୍ର ସୁନ୍ଦର କାମରେ କଲେ ସମୃଦ୍ଧି ସମ୍ଭବ ସଭିଙ୍କୁ ନେଲେ ଧନ ଦଉଲତ ମାନ ଠିକଣା କପଟ କୁଚିନ୍ତା ଭାରି ଯନ୍ତ୍ରଣା କଥା ବିକା ଧନ ଦିନକୁ ସୁଖ ସେ ଦିନ ସରିଲେ ପାଇବ ଦୁଃଖ କର୍ମ ସ୍ୱଭାବରେ ବଢ଼ିବ ମାନ ସୁଖରେ କଟିବ ସବୁରି ଦିନ ଅଧିକ କହିବା ନୁହଁ ଜରୁରୀ କେବେକେବେ ଏତ ପଡ଼ିବ ଭାରି ସଭିଙ୍କୁ କରିଲେ ସ୍ନେହ ସମ୍ମାନ ଭଲ ପାଇବେ ଆମ ପ୍ରିୟଜନ । – ରମେଶ ଚନ୍ଦ୍ର ବେହେରା…

ଅଧିକ ପଢ଼ନ୍ତୁ
Odia Poem Ketedina Emiti (କେତେଦିନ ଏମିତି) by Ramesh Chandra Behera

କେତେଦିନ ଏମିତି

କେତେଦିନ ଏମିତି ଆଦର୍ଶର ମୁଖା ପିନ୍ଧି ଭିଆଣ ଅଭିନୟ କରି ମିଠା ମିଠା କଥା କହି ଅନ୍ୟ ଠୁଁ କାରତାଳି ଶୁଣିବାକୁ ଭଲ ପାଉଥିବ? କେତେଦିନ ଏମିତି କାମ, କ୍ରୁଧଃ, ଲୋଭ ମଦ, ମାଧୁର୍ଯ୍ୟରେ ଲିପ୍ତ ରହୁଥିବା ଲୋକ ଆଦର୍ଶର ମଣିଷର ଅଭିନୟ କରି ମିଛ ସମ୍ପର୍କ କରି ଚାଲିବ ପୁଣି ଦୂରେଇ ଯାଉଥିବ? କେତେଦିନ ଏମିତି ନାଟକ କରି ଚାଲିବ ଲୋଭ, ସ୍ୱାର୍ଥପରତାରେ ନିଜ ଆଭିଜାତ୍ୟକୁ ଭୁଲି ଯାଇ ସମସ୍ୟାରେ ସମସ୍ୟାକୁ ସୃଷ୍ଟି କରି ନିଜ…

ଅଧିକ ପଢ଼ନ୍ତୁ
Banabhoji Pain Jojana (ବଣଭୋଜି ପାଇଁ ଯୋଜନା) by Ramesh Chandra Behera

ବଣଭୋଜି ପାଇଁ ଯୋଜନା

ଆସି ଯାଇଛି ବଣଭୋଜିର ଋତୁ ଆସ ଆମେ ବଣଭୋଜି ପାଇଁ ଯୋଜନା କରିବା ନୂତନ ବର୍ଷର ଆଗମନ ଚଳଚଞ୍ଚଳ ଗାଆଁଠୁ ସହର ପରିବେଶର ସୌନ୍ଦର୍ଯ୍ୟ, ସବୁଜିମାରେ ରଙ୍ଗେଇ ହୋଇ ଖୁସିକୁ ଦ୍ୱିଗୁଣିତ କରୁଛି । ଶୀତର ଲହରୀ ମନକୁ ଅଥୟ କରୁଛି ନା ଅଛି ସୂର୍ଯ୍ୟର ପରାକ୍ରମ ନା ଅଛି ବାଦଲ ଚତୁର୍ଦ୍ଦିଗ କୁହୁଡ଼ିର ଚାଦର ବିଛେଇ ହୋଇଯାଇଛି ଘାସ ପତ୍ରରେ କାକର ବିନ୍ଦୁର ସୁନ୍ଦରତା ମନକୁ ଆକୃଷ୍ଟ କରୁଛି ପ୍ରକୃତିରାଣୀ ଅଭିନନ୍ଦନ କରିବା ପାଇଁ ନିଜକୁ…

ଅଧିକ ପଢ଼ନ୍ତୁ