ଅନ୍ଧାର
ମୋର ଜୀବନ ବହିର ହରଏକ୍ ଚଉଠେ ସାହି ହେଇ ଚରିଯାଇଛେ ଅନ୍ଧାର… ଏନ୍ତା ଚପଲିଛେ ଗୁଡୁ ମୁଡ଼ ତକ୍ ଯେ- ନାଇଁ ପୁଛି ହେବାର ସୁନ୍ଦରି ଫଗୁନର ପନତେ କି’ଧୁଇ ନାଇଁ ହେବାର କାନ୍ଦରି ଶରାବନର ଆଁଖଲେ ହୁତାହୁତି ଯାହା ଚୁପଚାପ୍ ସଁଥଲିହେବାକେ ପଡ଼ୁଛେ ଆପେ ଜୁଏ ହେଇଯିବାର ତକ୍ ଅନ୍ଧାରର ନୀରବ ଦହନ ଥି । ଇ ଦଗାଦିଆ ସମିଆ ଭିଲ୍ କାହିଁ ବାଁ ଯାଏତା ମତେ ବଦି ଦେଇ ପୁଢ଼ା ଘା’ଥି ନୁନ୍ ରେଥବାରୁଁ…