You are currently viewing ଉଠ ଉଠ ହେ ବୀର ପୁତ୍ର
ଉଠ ଉଠ ହେ ବୀର ପୁତ୍ର

ଉଠ ଉଠ ହେ ବୀର ପୁତ୍ର

ଆଜିର ସମାଜେ ଆଉ ସେ ମହକ ନାହିଁ,
ଭୁଲିଗଲେ ସବୁ ଆମ ଇତିହାସ
ଖୋଜିଲେ ମିଳିବ କାହିଁ ॥୧॥

ଉଠ ହେ ବୀର ପୁତ୍ର
ଧରି ଆସ୍ତ୍ର ତୁମର,
ମନୁଷ୍ୟତା ହିଜଗଲା
ଖୋଜି ବାହାର କର ॥୨॥

ଅନ୍ୟାୟ ବିରୁଦ୍ଧେ ଲଢ଼ି
ବାଜି ଜୀବନ ଦେଲା ନାହିଁ,
ଏଇଠି ଗାଆଁଠୁ ସହର ସୁବୁଠି ରାଜନୀତି
ସମାଜ ସେବା ଆଉ ନାହିଁ ॥୩॥

ନାରୀଙ୍କୁ ଅପମାନ ଶବକୁ ଅସମ୍ମାନ
କେବଳ ଅଛି ଏଇଠି ରହି,
ଲୁହ ଥାଇ ଶରୀରେ ଅନ୍ୟାୟ ଦେଖି
କେମିତି ପାରୁଛୁ ସହି ॥୪॥

ଉଠ ହେ ବୀର ପୁତ୍ର
ଧରି ଅସ୍ତ୍ର ତୁମର,
ନ୍ୟାୟ ହଜିଗଲା
ଖୋଜି ବାହାର କର ॥୫॥

ଜଗନ୍ନାଥ ଚୌଧୁରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗନ୍ନାଥ ଚୌଧୁରୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଜଣେ ସମାଜସେବୀ ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।