ଚାଲ୍ ଯିବା ଜହ୍ନକୁ
ଚାଲ୍ ଯିବା ଜହ୍ନକୁ

ଚାଲ୍ ଯିବା ଜହ୍ନକୁ

ଜହ୍ନରେ ନାଁ ଲେଖିବାକୁ ହେଲେ
ଦମ୍ଭର ପାହାଚ
ଧୈର୍ଯ୍ୟର ପାହାଡ ଚଢ଼ି
ବିବେକାଶ ମାର୍ଗରେ ବାନ୍ଧିବାକୁ ପଡ଼େ
ଭରସାର ସେତୁବନ୍ଧଟେ ।

ଏମିତି ସେମିତି କଥା ନୁହେଁ
ଜହ୍ନକୁ ପହଞ୍ଚି ପାରେ ସିଏ
ଯିଏ ଆବୋରି ପାରେ
ସ୍ୱତଃସ୍ଫୁର୍ତ୍ତ ଭାବୋଛ୍ୱାସମାନଙ୍କୁ
ଚୁମ୍ବକୀୟ ପୁଲକରେ…

ଖାତିର କରେନା ଛୋଟ ଛୋଟ ଝଡ଼
ଗୁଳି ବୋମା ମାଡ଼
ସିଗାରେଟ୍ ଧୁଆଁ ପରି
ଗୋଟିଏ ଫୁଙ୍କରେ ଉଡ଼େଇ ପାରେ
ଖୁଚୁରା ଯନ୍ତ୍ରଣାମାନଙ୍କୁ ।

ଏଠି ଦଳି ହେବୁ
ଯାହା ମାୟାର ଉଖାଳେ
ଲାଭ ନାହିଁ ଜମା କ୍ଷତି ସବୁବେଳେ
ସବୁ ଅର୍ଗଳୁ ମୁକୁଳି
ମିଶେଇଦେ ହାତକୁ ହାତ
ବେଳ ଯିବ ଶୀତଳେ ଶୀତଳେ ।

ଯାହା କରୁଛୁ ଏଠାରେ
ତାହା ହିଁ କରିବୁ ସେଠାରେ
ଫରକ କେବଳ ଏତେ
ଏଠି ତୁ ଗାଁ କନିଆଁ
ସେଠାରେ ସୁନାଧନିଆଁ
ପୁଚ୍ଛିବେ ଯାହାକୁ ଯେତେ ।

ଜହ୍ନ ରାଇଜରେ
ଅହରହ କାଦମ୍ବିନୀ ହସେ
ବହୁଛି ଲାଜେଇ ଗୀତର ନଈ
ଭାସୁଛନ୍ତି ସ୍ୱପ୍ନ ମାଛ
ପଠାରେ ପ୍ରେମଗଛ
ବାଛ ବିଚାର କିଛି ନାହିଁ !

ଆଉ କହିପାରେ କି’ଏ
ସେଠି ପହଞ୍ଚୁ ପହଞ୍ଚୁ
ତୁ’ ବି ପାଲଟିଯିବୁ ଜହ୍ନ ଟିଏ…?

ରାଜେଶ ପୂଜାରୀ
କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu