ରାଜ ଶେଖର ଶ୍ରୀ ଚିମା

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Punei Ratira Pirati (ପୁନେଇ ରାତିର ପୀରତି) by Rajshekhar Chima

ପୁନେଇ ରାତିର ପୀରତି

ଚାନ୍ଦିନୀଭରା ଏହି ପୁନେଇ ରାତି, ନିଦ ବିନା ଯାହା ମଧୁଭରା ରାତି, ପ୍ରିୟାର ବିରହଭରା ଚପଳ ରାତି, ଗାଏ ମୁଁ ପ୍ରେମଭରା ସୁରମ୍ୟ ଗୀତି |୧| ମିଠା ଡଙ୍କ ମାରେ ଏ ଜହ୍ନ ରାତି, ନଭ ନକ୍ଷତ୍ର ଦେଖି ବିତାଏ ରାତି, ଚନ୍ଦ୍ରକାନ୍ତି ନେଲା ମୋର ମତିଗତି, ଅତ୍ୟନ୍ତ ସୁଖପ୍ରଦ ପ୍ରେୟସୀର ପ୍ରୀତି |୨| ପ୍ରେମିକା ଚିନ୍ତାରେ ଯାଏ ଦିନରାତି, ଯାହାର ସ୍ମୃତି ଅନ୍ଧକାରରେ ବତି, ଚାରୁ ଚନ୍ଦ୍ରାବତୀ ମୋ ପାଇଁ ବିଭୂତି, ଲଳିତ ଲାବଣ୍ୟବତୀ ମୋର…

ଅଧିକ ପଢ଼ନ୍ତୁ
Indulekha (ଇନ୍ଦୁଲେଖା) Odia Poem by Raj Shekhar Sri Chima

ଇନ୍ଦୁଲେଖା

ତୁମେ ଯେ ହେଲ ପୁନେଇ ରାତିର ଇନ୍ଦୁଲେଖା, ତୁମ ଇନ୍ଦୁବଦନ ପ୍ରସାର କରୁଛି ଚାରୁ ଚନ୍ଦ୍ରରେଖା, ସେହି ଶୀତଳ କିରଣ ଦେଖି ଭୁଲିଗଲି ଦୀପଶିଖା, ମୋହିତ ମାନସ କହିଲା ଲେଖିବାକୁ ପ୍ରେମଲେଖା ॥୧॥ ମକରନ୍ଦ ଅନ୍ୱେଷଣରେ ନିମଗ୍ନ ଥାଏ ଯେ ମିଳିନ୍ଦ, ପ୍ରସ୍ଫୁଟିବା ହେତୁ ଅତ୍ୟନ୍ତ ଆଚ୍ଛନ୍ନ ଥାଏ ଅରବିନ୍ଦ, କବିରାଜ ମଗ୍ନ ଥାଏ ସୃଷ୍ଟି କରିବାକୁ ଚାରୁ ଛନ୍ଦ-ବୃନ୍ଦ, ତୁମ ନିରଳସ ସ୍ତୁତି କରି ପାଇଲି ମୁଁ ଅନୁପମ ଆନନ୍ଦ ॥୨॥ ତୁମ ପ୍ରୀତିକର ସୌନ୍ଦର୍ଯ୍ୟ…

ଅଧିକ ପଢ଼ନ୍ତୁ
Megha Sandesh Prema Sandesh

ପ୍ରେମସନ୍ଦେଶ ମେଘସନ୍ଦେଶ

ଶ୍ରାବଣ ମାସେ ହୁଏ ମେଘ ପ୍ରବେଶ, ପରିଭ୍ରମଣ କରନ୍ତି ପ୍ରଦେଶ ପ୍ରଦେଶ, ପ୍ରେୟସୀ ପ୍ରତି ହେଲା ଯେ ଆବେଶ, ନେଇ ଯାଆନ୍ତୁ ମୋର ପ୍ରେମସନ୍ଦେଶ |୧| ପ୍ରେମିକା ପାଇଛି ଅପ୍ସରା ରୂପର ଆଶିଷ, ନିତ୍ୟେ ଆସ୍ଵାଦନ କରଛି ସୁଷମ ପୀୟୁଷ, ଏହି ନବଯୌବନ କରୁଛି ପ୍ରଣୟ ଘୋଷ, ଆମ ମଧ୍ୟେ ଅନୁରକ୍ତି ସଦା ରହୁ ଅଶେଷ |୨| ମୋ ଅଭିନବ ଅନୁରାଗ ନୁହେଁ ଅଭିନୟ, ମୋ ପ୍ରଣୟିନୀକୁ ବୁଝାନ୍ତୁ ମୋ ଅଭିପ୍ରାୟ, ମୋ ମନରେ ହୋଇଛି ରମ୍ୟ…

ଅଧିକ ପଢ଼ନ୍ତୁ
Suramya Subarnarekha

ସୁରମ୍ୟ ସୁବର୍ଣ୍ଣରେଖା

ହେଲା ଯେବେ ତୁମ ସହ ଦେଖା ପରେ ଦେଖା, ତୁମ ସୁଧାମୁଖ ପ୍ରସାରଣ କରିଲେ ସୁରେଖା, କେମିତି ବ୍ୟାଖ୍ୟାନ କରିବି ତୁମ ରୂପରେଖା, ଆକର୍ଷକ ତୁମ ଲାବଣ୍ୟ ଲୋଚନରେ କଜ୍ଜ୍ୱଳରେଖା |୧| ଲେଖୁଛି ତୁମ ପାଇଁ ଏହି ପ୍ରେମଲେଖା, ଯାହା ମୋ ମନୋଗତିର ମଦନଲେଖା, ଭାନୂଦୟ ବେଳର ଭାନୁରେଖା, ଚନ୍ଦ୍ରୋଦୟ କାଳର ଚନ୍ଦ୍ରରେଖା |୨| ଲେଖି ଚାଲିବି ଏହି ପ୍ରଥମ ପ୍ରେମପତ୍ର , ତୁମ ଅନୁରାଗ ହେଲା ମୋର ପ୍ରିୟମିତ୍ର, କର ମୋତେ ନିଜର ପ୍ରଣୟସଖା ପ୍ରୀତିପତ୍ର,…

ଅଧିକ ପଢ଼ନ୍ତୁ
Odia Poem Sunayana Sulochana (ସୁନୟନା ସୁଲୋଚନା) by Rajshekhar Chima on Shubhapallaba Magazine

ସୁନୟନା ସୁଲୋଚନା

ସୁଦର୍ଶନ ହେଲା ଯେ ତୁମର ଆକର୍ଷଣୀୟ ଆନନ, ଅନ୍ତଃକରଣରେ ସୃଷ୍ଟି ହେଲା କୋମଳ କମ୍ପନ, ତକ୍ଷଣ ଶୁଭେଇଲା ପ୍ରେମଗୀତର ଗନ୍ଧର୍ବ ଗୁଞ୍ଜନ, ଲାଗେ ଯେ ମଳୟାନିଳର ହୋଇଛି ପ୍ରଭଞ୍ଜନ |୧| ସଙ୍ଗମ ହେଲା ତୁମ କଜ୍ୱଳିତ ନୟନ ସହ ମୋ ନୟନ, ମନ୍ତ୍ରମୁଗ୍ଧ ହୋଇ ରୁଣୁଝୁଣୁ ନାଚିଲା ମୋ ଅଧୀର ମନ, ନିର୍ଜନ ନବଲୋକକୁ ଶୀଘ୍ର କରିବା ବିହଙ୍ଗ ପରି ବହନ, ପ୍ରେମାନୁରକ୍ତ ପ୍ରେମଲୋକରେ ସଜେଇବା ସୁନ୍ଦର ସଦନ |୨| ତୁମ ଅଞ୍ଜନ ଅଳଙ୍କୃତ ନେତ୍ର ଲାଗନ୍ତି…

ଅଧିକ ପଢ଼ନ୍ତୁ