ପ୍ରଶାନ୍ତ କୁମାର ନାଥ

ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Michhare Luchichhi Bhala Paiba (ମିଛରେ ଲୁଚିଛି ଭଲପାଇବା) by Prashant Kumara Nath

ମିଛରେ ଲୁଚିଛି ଭଲପାଇବା

ପୁଅ ଯାଇଥିଲା ଖେଳିବା ପାଇଁକି ମାଆକୁ ତାହାର କହି ବାପା ପଚାରିବାରୁ କହୁଅଛି ମା ଯାଇଛି ପଢ଼ିବା ପାଇଁ । ପୋଖରୀରେ ବୁଡ଼ ମାରିମାରି ପୁଅ ଥଣ୍ଡା ଯେବେ ଧରିନିଏ ବରଷା ପବନ ଏହାର କାରଣ ମାଆଟା ତାହାର କୁହେ । ମାଡ଼ପିଟି କରି ପୁଅଟାର କେବେ ଆଣ୍ଠୁ ଗଣ୍ଠି ଗଲେ ଛିଡ଼ି ମାଆ କହୁଥାଏ ଏମିତି ହୋଇଛି ପଥରକୁ ଝୁଣ୍ଟି ପଡ଼ି । ଖାଇ ଖାଇ ପୁଅ ଖାଇଗଲେ ସବୁ ବୁଝେନି ମାଆର ମନ ତଥାପି…

ଅଧିକ ପଢ଼ନ୍ତୁ
Papa Prema

ପାପ ପ୍ରେମ

ମୋନିକା ଥିଲା ଅସୀତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବା ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ । କିନ୍ତୁ ଅସୀତ ଅବିବାହିତ । ବୟସରେ ମୋନିକା ବଡ଼ ହୋଇଥିଲେବି ଅସୀତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଅସୀତର ଆସିଷ୍ଟାଣ୍ଟ । ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍‌ସ୍‌ଆପ୍‌ରେ ଚାଟିଙ୍ଗ ହେଉଥିଲା ।…

ଅଧିକ ପଢ଼ନ୍ତୁ
Sata Janamaku Katha Dei

ସାତ ଜନମକୁ କଥା ଦେଇ

ସାତ ଜନମକୁ କଥା ଦେଇ ତୁମେ ସାତ ଦିନେ ଭୁଲିଗଲ ଭଲପାଇବାର ଛଳନା ନିଆଁରେ ମୋତେ ତୁମେ ଜାଳିଦେଲ । ସାତ ଦରିଆକୁ ପାରିବି ମୁଁ ଡେଇଁ କହିଥିଲି ତୁମ ପାଇଁ ଜୀବନର ବାଟ ଯଦିବା ଚାଲିବ ସାଥୀଟେ ମୋହର ହୋଇ । ସାଥି ହେବା ପାଇଁ କଥା ଦେଇ ପୁଣି କରିଦେଲ ସାତ ପର ଜାଣିନି କେମିତି ତୁମେ ଯେ ହୋଇଲ ମୋ ପାଇଁକି ସ୍ୱାର୍ଥପର । ତୁମେ ସିନା ମୋତେ କରିଦେଇ ପର ମୋ’ଠାରୁ…

ଅଧିକ ପଢ଼ନ୍ତୁ
ଅନୁତାପ

ଅନୁତାପ

ବାହାଘର ଦୁଇଟି ମନର ମିଳନ । ଅଗ୍ନିକୁ ସାକ୍ଷୀ ରଖି ବେଦୀ ଚାରିପଟେ ସାତ ଘେରା ବୁଲିଗଲେ ଦୁନିଆଟା ସିନା ତାକୁ ବାହାଘର କହିଥାଏ । ହେଲେ ପ୍ରକୃତରେ କ’ଣ ବାହାଘରର ମାନେ ସେୟା? କେତେବେଳେ ସେହି ବାହାଘର କାହାର ଅନିଚ୍ଛା ସତ୍ତ୍ୱେ ହୋଇଥାଏ ତ କେତେବେଳେ କାହାକୁ ଜୋର ଜବରଦସ୍ତି କାହା ବେକରେ ଛନ୍ଦି ଦିଆ ଯାଇଥାଏ । ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ମତ-ପାର୍ଥକ୍ୟ ଦେଖା ଦେଇଥାଏ ଓ ପରିବାରରେ ଅଶାନ୍ତି ଲାଗି…

ଅଧିକ ପଢ଼ନ୍ତୁ
ଏମିତିବି ପ୍ରେମ ହୁଏ

ଏମିତିବି ପ୍ରେମ ହୁଏ

ପ୍ରେମପ୍ରକାଶର ସେଦିନ ଜଲଦି ନିଦ ଭାଙ୍ଗି ଯାଇଥିଲା । କବାଟ ଖୋଲିଲା, ଚାରିଆଡ଼କୁ ଚାହିଁଲା- ଅନ୍ଧକାର ସମ୍ପୂର୍ଣ୍ଣ ଛାଡ଼ି ନଥିଲା । ଶୀଘ୍ର ଉଠିପଡ଼ିଥିବାରୁ ଭାବିଲା ଆଜି ଗାଡ଼ିଟିକୁ ରଖି ଚାଲି ଚାଲି ମର୍ଣ୍ଣିୱାକ ଯିବାକୁ । ମର୍ଣ୍ଣିୱାକ ପାଇଁ ତାକୁ ଦୁଇ କିଲୋମିଟର ଯିବାକୁ ପଡ଼େ । ଦୁଇ କିଲୋମିଟର ପରେ ପଡ଼ିଥାଏ ସେହି ପାର୍କଟି ଯେଉଁଠି ସିଏ ମର୍ଣ୍ଣିୱାକ କରେ । ସେଦିନ ଶୀଘ୍ର ଯାଇଥିଲେବି ଫେରିବାରେ ବିଳମ୍ବ ହୋଇଥିଲା । କାହିଁକିନା ବାଇକ…

ଅଧିକ ପଢ଼ନ୍ତୁ