ଜହ୍ନ
ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠଇ ଝଳି । ଶାଶ୍ଵତ ପ୍ରେମର ପ୍ରତୀକ ସାଜି କୁମୁଦକୁ ଚାହିଁ ଥାଅ ମିଳନ ଆଶାରେ ଦୂରେ ଥାଇ ତା’ ସୌନ୍ଦର୍ଯ୍ୟ ନିହାରୁ ଥାଅ । ଶିଶୁ ସନ୍ତାନ ଓଠେ ହସ ଦେଇ କେତେ ଆନନ୍ଦିତ ହୁଅ…