ମମତା ସାହୁ

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

He Gandhi - Odia Poem by Mamata Sahu on Gandhi Jayanti

ହେ ଗାନ୍ଧୀ

ହେ ଗାନ୍ଧୀ ତୁମର ଗଢ଼ା ଏ ଭାରତ ହୁଏ ଆଜି ବିଖଣ୍ଡିତ ତୁମେ ଦେଖିଥିଲ ସୁନାର ଭାରତ ସ୍ୱପ୍ନ ଆଜି କଳୁଷିତ ॥ ତୁମ ମନ୍ତ୍ର ଆଜି ଶକ୍ତିହୀନ ହୁଏ ପ୍ରତି କୋଣେ ହା ହା କାର ଭାରତ ମାଆର ବୁକୁ ଫଟା କାନ୍ଦ ବହିଯାଏ ନିରନ୍ତର ॥ ପ୍ରତିଟି ମୁହୂର୍ତ୍ତେ ଶୁଭଇ ଚିତ୍କାର ତ୍ରିରଙ୍ଗା ଆଖିରେ ଲୁହ ସ୍ୱାଧୀନତା ଆଜି ବିଷରିତ ହୁଏ ଛୁଟେ କୋଳାହଳ ସୁଅ ॥ ନାହିଁ ନିଷ୍ଠା ନମ୍ର ସତ୍ୟ ଧର୍ମ…

ଅଧିକ ପଢ଼ନ୍ତୁ
Guru Bandana

ଗୁରୁ ବନ୍ଦନା

ଗୁରୁ ପିତା ମାତା ଗୁରୁ ଯେ ଦେବତା ନର ରୂପେ ନାରାୟଣ ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର ତାଙ୍କ ପାଦେ କୋଟି ପ୍ରଣାମ ॥ ଗୁରୁ ଆଲୋକିତ ଗୁରୁ ଯେ ପ୍ରଦୀପ ଅନ୍ଧାର ଦିଅନ୍ତି ଦୂରେଇ ଗୁରୁଙ୍କ ଆଷିଶ ସବୁଠୁ ବିଶ୍ୱାସ ଗୁରୁ ପରି କେହି ନାହିଁ ॥ ଧନ୍ୟ ହୁଏ ପ୍ରାଣ ପାଇ ଦରଶନ ଗୁରୁ ଶୀତଳର ଜହ୍ନ… ଜ୍ଞାନର ଭଣ୍ଡାର ଗୁରୁ ଏକା ଜାଣ ଜୀବନେ ଶିଖାନ୍ତି ସଂସ୍କାର ଗୁରୁହିଁ ତ ଆଶା…

ଅଧିକ ପଢ଼ନ୍ତୁ
Mangala Maya

ମଙ୍ଗଳ ମୟ

ତୁମରି ଦାନର ସୀମା ନାହିଁ ପ୍ରଭୁ ତୁମେ ଯେ ମଙ୍ଗଳମୟ । ବଞ୍ଚିବା ପାଇଁ କି ସବୁତ ଦେଇଛ କୃପାଳୁ ହେ ଦୟାମୟ ॥ ଚାଲିବା ପାଇଁ କି ଗୋଡ଼ ଦୁଇ ମୋର ଶୁଣିବା ପାଇଁ କି କାନ । ଶ୍ରମ କରିବାକୁ ଦେଲ ହାତ ଦୁଇ ଦେଖିବାକୁ ଏ ନୟନ ॥ ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ ନିଶ୍ୱାସ ପ୍ରଶ୍ୱାସେ ନାକ । ଜଳ ସ୍ଥଳ ଗିରି ଆକାଶ ରଚିଲ ଆଉ କି ମାଗିବି…

ଅଧିକ ପଢ଼ନ୍ତୁ