ମଧୁମିତା ମିଶ୍ର

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Sanetre Sunadian (ସନେଟରେ ସୁନାଦିଅଁ) by Madhumita Mishra

ସନେଟରେ ସୁନାଦିଅଁ

ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ… ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ…!! ସୁନା ଗହଣା ତା’ ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ… ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ କିଏ…!! ସୁନା ପରି ସେ ତ ଶୁଦ୍ଧ ସୁନାଦିଅଁ ତା’ ପରି କିଏ ସେ ହେବ… ସୁନାବେଶ ଧରି ରଥ ପରେ ଜଗା ସଭିଙ୍କୁ ଦର୍ଶନ ଦେବ…!! ସୁନା ତା’ ମୁକୁଟ ସୁନା ଗଳାହାର…

ଅଧିକ ପଢ଼ନ୍ତୁ
Odia Poem Ma (ଓଡ଼ିଆ ସନେଟ୍… ମା) by Madhumita Mishra

ସନେଟ୍… ମା’

ମା ନାଁ ଭିତରେ ଦିଶଇ ଈଶ୍ୱର ମା ନାମ ସବୁଠୁ ସୁନ୍ଦର…! ମା ଡାକ ସତେ କେତେ ଯେ ମଧୁର କେତେ ଲାଗେ ଆପଣାର…!! ମା କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ…! ମା ରଖିଥାଏ ଘଣ୍ଟ ଘୋଡ଼େଇକି ସନ୍ତାନର ଏ ବିଶ୍ଵାସ…!! ମା ଆଣିଥାଏ ଦୁନିଆ ବକ୍ଷକୁ ଦେଖାଇ ଥାଏ ଜୀବନ…! ମା ଶିଖାଇ ଦେଇଥାଏ ପୁଣି ଧର୍ମ କର୍ମ ଓ ବଚନ…!! ମା କହିଥାଏ ନିଜର କିଏ ସେ…

ଅଧିକ ପଢ଼ନ୍ତୁ
Odia Poem Haladhara bi Dekhei Swapna (ହଳଧର ବି ଦେଖଇ ସ୍ୱପ୍ନ) by Madhumita Mishra on Akshaya Trutiya

ହଳଧର ବି ଦେଖଇ ସ୍ୱପ୍ନ

ହଳ ଧରି ସିଏ ବିଲକୁ ଯାଇ ସକାଳୁ ସକାଳୁ ସପନ ବୁଣେ, ସୁନେଲି ଫଳକୁ ଫଳେଇ ସେଠି ଯେତେ ଖୁସି ପାରେ ସାଙ୍ଗରେ ଆଣେ । ଚାଷୀର ଆଖିରେ ଥାଏ ସପନ ଫସଲ ହିଁ ଅଟେ ତାହାରି ଧନ, ବିଲ ଅଟେ ତା’ର ମାଆ ପରିକା ଫସଲ କରଇ ଭଳି ଭଳିକା । ହଳ ଲଙ୍ଗଳରେ ତାହାରି ଧ୍ୟାନ ସବୁ ଋତୁ ତାହା ପାଇଁ ସମାନ, ଖରା ଆସିଲେ ସେ ଜମିକୁ ଖୋସେ ବର୍ଷା ଟିକେ ପାଇଁ…

ଅଧିକ ପଢ଼ନ୍ତୁ
Odia Poem Yudh (ଯୁଦ୍ଧ) by Madhumita Mishra

ଯୁଦ୍ଧ

ଅହରହ? ଅନବରତ? ଅବିରତ? ଅସମାପ୍ତ? ପ୍ରେମ ସହ ଘୃଣାର, ବିଶ୍ଵାସ ସହ ପ୍ରତାରଣାର । ତୃପ୍ତି ସହିତ ଯନ୍ତ୍ରଣାର, ପର ସହିତ ଆପଣାର ॥ କିଏ ହାରିବ? କିଏ କାହାକୁ ଜିତିବ? କିଏ ହରେଇ ଦେଇ ଜିତିବ? କି କିଏ ଅବା ଜିତୁ ଜିତୁ ହାରିବ ! ସୀମାନ୍ତ ଅଶାନ୍ତ ଶରୀର କ୍ଳାନ୍ତ ଶ୍ରାନ୍ତ ଧୂମାଳ ଦୂର ଦିଗନ୍ତ ଆଦି ନାହିଁ କେଉଁଠି ବା ଅନ୍ତ? ସୀମା ବନ୍ଧା ନୁହେଁ ନିୟମ ବାନ୍ଧି ପାରେନା !! ଯୁଦ୍ଧ…

ଅଧିକ ପଢ଼ନ୍ତୁ
Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ଆଲିଙ୍ଗନର ବୟଃପ୍ରାପ୍ତି

ପ୍ରଥମ ବର୍ଷ; କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ । ଦ୍ଵିତୀୟ ବର୍ଷ; ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ । ତୃତୀୟ ବର୍ଷ; ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ । ଚତୁର୍ଥ ବର୍ଷ; ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି…

ଅଧିକ ପଢ଼ନ୍ତୁ