ଜ୍ୟୋତିରଞ୍ଜନ ସାହୁ

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।

Abala - Odia Story

ଅବଳା

ଏହାଭିତରେ ବିବାହକୁ ଆଠ ବର୍ଷ ବିତିଗଲାଣି । କିନ୍ତୁ ଆଜିବି ଇତି ମନରେ ପୂର୍ଣ୍ଣତା ନାହିଁ । ଆଜିବି କେଉଁଠି ନା କେଉଁଠି ମନରେ ତା’ର ଖେଳିବୁଲୁଛି ଶୂନ୍ୟତା । ଯେଉଁ ଶୂନ୍ୟତାର ଅନ୍ତରାଳରେ ରହିଛି କିଛି ଅକୁହା କଥା, କିଛି ଅଦେଖା ଦୁଃଖ ଆଉ କିଛି ଅବଶୋଷ । କାହିଁକିନା ସେ ଆଜିବି ମା ହୋଇ ଶାଶୂଘରେ ପାଇନାହିଁ ଜଣେ ମାଆର ମର୍ଯ୍ୟାଦା । କାରଣଟା କ’ଣ ବୋଲି ଭାବୁଛନ୍ତି? କାରଣ ସେହି ଗୋଟିଏ ।…

ଅଧିକ ପଢ଼ନ୍ତୁ
Hada-Balada-Upakshayana

ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ

ପିଲା ଦିନେ ମୋ ଭଳି ଯେଉଁମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ପଢିଥିବେ; ସେମାନେ “ହଡ଼ା ବଳଦର ଆତ୍ମ କାହାଣୀ” ଉପରେ ରଚନାଟିଏ ନିଶ୍ଚୟ ଲେଖିଥିବେ । ହଡ଼ା ବଳଦ ତ ହଡ଼ା ବଳଦ ! ସେ ବିଷୟରେ ଏତେ କଥା ଚିନ୍ତା କରୁଛି କିଏ ! ତା’ ବିଷୟରେ ବୁଝିବାକୁ ସେତେବେଳେ ଜ୍ଞାନର ପକ୍ୱତା କାହିଁ ! ତେଣୁ ରଚନା ବହିରେ ଯାହା ଥାଏ ତାକୁ କେମିତି ମନେରଖି ପରୀକ୍ଷା ଖାତାରେ ଲେଖାଯିବ ସେଇଟା ହିଁ…

ଅଧିକ ପଢ଼ନ୍ତୁ
Tuma Apekshare

ତୁମ ଅପେକ୍ଷାରେ

ଆଇନା ଆଗରେ ନିଜକୁ ଅତି ସତର୍କତାର ସହ ଦେଖୁଥାନ୍ତି କଲ୍ୟାଣୀ । ଅସ୍ତବ୍ୟସ୍ତ କେଶରାଶିକୁ ଅସ୍ତବ୍ୟସ୍ତ ଶରୀରର ବସ୍ତ୍ର । ମନରେ ଅହରହ ଚାଲିଥାଏ ମାନସ ମନ୍ଥନ । ଠିକ୍ ଆଉ ଭୁଲ୍‌ର ଦୋଛକିରେ ଛିଡ଼ାହୋଇ ପ୍ରଶ୍ନ କରିଚାଲିଥାନ୍ତି ନିଜକୁ ନିଜେ । ଏପଟେ ଅମାନିଆ ଲୁହର ଉଛୁଳା ନଈଟା ବାରମ୍ବାର କୂଳଲଙ୍ଘି ମାଡ଼ିଯାଉଥାଏ କଲ୍ୟାଣୀଙ୍କର ବିନା ଅନୁମତିରେ । ସିନ୍ଥିରେ ଚହଟୁଥିବା ରକ୍ତ ସିନ୍ଦୂରଟାର ବିକଟାଳ ଅଟ୍ଟହାସ୍ୟ ବାରମ୍ବାର ବିବ୍ରତ କରିଚାଲିଥାଏ କଲ୍ୟାଣୀଙ୍କୁ । ଏବେଏବେ…

ଅଧିକ ପଢ଼ନ୍ତୁ
swachha-bharat

ସ୍ୱଚ୍ଛ ଭାରତ

ଆଜ୍ଞା ! ଆପଣମାନେ ଏହି କିଛି ବର୍ଷ ହେଲା ‘ସ୍ୱଚ୍ଛ ଭାରତ’ର ସ୍ଳୋଗାନଟି ବହୁଳ ମାତ୍ରାରେ ଶୁଣୁଥିବେ । କିନ୍ତୁ ଜାଣନ୍ତି ଏହି ସ୍ଳୋଗାନଟି ବହୁ ପୁରାତନ । ଆମର ଏବେଏବେ ଏହାସହ ପରିଚୟ ହୋଇଛି । ଯାହା ବି ହେଉ ପରିଚୟଟା ତ’ ହୋଇଯାଇଛି । ଏବେ ଆଉ ଏହା ଆମପାଇଁ ନୂଆ ନୁହେଁ । କାହିଁକିନା ଟିକସ ନାଁରେ ଏହା ଆମ ପର୍ସଟିକୁ ବି ହାଲୁକା କରୁଛି । ‘ସ୍ୱଚ୍ଛ ଭାରତ’ର ସବୁଠାରୁ ମଜାକଥାଟି…

ଅଧିକ ପଢ଼ନ୍ତୁ
anubhutire-shreekshetra

ଅନୁଭୂତିରେ ଶ୍ରୀକ୍ଷେତ୍ର

ମୁଁ ସ୍ୱର୍ଗତଃ ଭିକାରୀ ବଳ କିମ୍ବା ବନ୍ଧୁ ମହାନ୍ତି ନୁହେଁ । ମୁଁ ସେହି ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟରୁ ଜଣେ, ଯାହାର ପ୍ରାଣ କାଳିଆ ପାଇଁ କାନ୍ଦେ, ଯାହାର ହୃଦୟ ଜଗା କରୁଣାରେ ସ୍ପନ୍ଦିତ ହୁଏ ଆଉ ଯାହାର ମନ କଳାସାଆନ୍ତ ପାଖରେ ବନ୍ଧକ । ଏପରି ଓଡ଼ିଆକୁ ବହୁତ କଷ୍ଟ ହୁଏ ଯେତେବେଳେ ତା ବିଶ୍ୱାସରେ ଏ ଦୁନିଆ ପ୍ରଶ୍ନବାଚୀଟିଏ ଆଙ୍କିଦିଏ । ଏହି ଯେପରି ନବକଳେବରରେ ବିଭ୍ରାଟ ହେଉ ବା ଜଗନ୍ନାଥଙ୍କ ନିତିରେ…

ଅଧିକ ପଢ଼ନ୍ତୁ