ହୃଷୀକେଶ ସ୍ୱାଇଁ

ହୃଷୀକେଶ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ ସାତରଙ୍ଗ…

ଅଧିକ ପଢ଼ନ୍ତୁ
Kabit o Kabita

କବି ଓ କବିତା

ପ୍ରକୃତି ଓ ପୁରୁଷର ବର୍ଣ୍ଣନ ନଦୀ ସଙ୍ଗେ ସାଗରର ମିଳନ କାଳିଦାସ ଶକୁନ୍ତଳା କାହାଣୀ କାବ୍ୟିକ ରସ ଝରେ ଦିବାରାତି ! ଅବିରତ କବିତାର ଉପମା ଅବିଶ୍ରାନ୍ତ କଳ୍ପନାର ମହିମା ଅପବାଦ କୁଳବାଡ଼ ଡେଇଁ ସ୍ୱପ୍ନନଦୀ ଅସମୟେ ହେଲା ଗର୍ଭବତୀ ! ଗୋପନ ବସନ୍ତର ବିଳାସ ସୌଦାମିନୀ ସ୍ୱପ୍ନର ଆବେଶ ସୌନ୍ଦର୍ଯ୍ୟର ପରାଣ କୁଞ୍ଜରେ ପଲ୍ଲବିତ କଳ୍ପତରୁ ଲାଜେ ପୁଷ୍ପବତୀ ! ଅଯାଚିତ ପ୍ରେମର ପ୍ରଭୁତ୍ୱ ଚାରୁ ପିୟମ୍ବଦାର ଦାସତ୍ୱ ସଂଭାବ୍ୟ ପୁରୁଷ ବିଳାସର ସମ୍ଭୋଗ ଲେଖନୀ ଆଜି ରସବତୀ ! –…

ଅଧିକ ପଢ଼ନ୍ତୁ

ବାଜି ରାଉତ

କେତେ ବୀର ଶହୀଦଙ୍କ କାହାଣୀ ଅମର, ରଚି ସ୍ଵର୍ଣ ଇତିହାସ, ବାଜି ବୟସ କୋମଳ । ଧରିନି ସେ ବନ୍ଧୁକ କେବେ ଫୁଟାଇନି ବମ୍ ଦେଶହିତେ ତା’ର ବଳିଦାନ, କି କାହାଠାରୁ କମ । ଧରି ନାହିଁ ଭାଲା ଖଡ୍ଗ ତା’ ବାଳୁତ ବାହୁ, ସହସା ସିଂହ ସମ, ସାହସ ଏତେ କାହୁଁ । ମସ୍ତକେ ପ୍ରହାର ଧାର ରକ୍ତ-ଜୀବନକୁ ବାଜି ଗୁଳି ବକ୍ଷ ଭେଦି, ପ୍ରାଣ ଗଲା କାହିଁ ହଜି । ପ୍ରଜ୍ୱଳିତ ମୁକ୍ତି-ଦୀପ ଚିତା ତା’ର ଜାଳି ତା’ ସ୍ମୃତିରେ…

ଅଧିକ ପଢ଼ନ୍ତୁ