ଅବାସ୍ତବ କବିତା
କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ…