ଡ. ବିଶ୍ଵରଞ୍ଜନ କର

ଡ. ବିଶ୍ୱରଞ୍ଜନ କର ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶା ତାଙ୍କର ଗପ ଓ କବିତା ଲେଖିବା । ସେ ତାଙ୍କର ଫାଙ୍କା ସମୟରେ ବିଭିନ୍ନ ଗପ ଓ କବିତା ଆଦି ଲେଖନ୍ତି । ଶୁଭପଲ୍ଲବର ପ୍ରତିଷ୍ଠା ହେବାଠାରୁ ସେ ସମ୍ପାଦକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସିଛନ୍ତି ।

Matha Gatha

ମଠଗାଥା

ଅନୁରାଗ ଡା. ରୋଶନୀଙ୍କୁ ତୁରନ୍ତ ଉଡ଼ିଆସିବାକୁ ହେଲା ଜର୍ମାନୀରୁ । ଆମ୍ରିରେ ଶେଷସମୟ ଠାକୁରମାଆଙ୍କର । ଗୋଟାକିଆ ପକାଉଛନ୍ତି କହିଲେ ଚଳେ । ବିମାନବନ୍ଦରରୁ ତରବରହୋଇଯାଇ ହାସପାତାଳ କେବିନରେ ପାଦଦେଉଦେଉ ଡାକିଦେଲେ, “ଠାକୁ’ମା’!” ସେପଟୁ ଶୁଭିଲା, “ଆ’ଲୋ ଚଣ୍ଡୀ ।” ବାସ୍ ଆଖିଦୁଇଟି ସେତିକିରେ ଚିର ସ୍ଥିରହୋଇଗଲା । ପ୍ରେରଣା ଡା. ମାନସଙ୍କର ନିଶାହେଉଛି ସଙ୍ଗୀତ । ବେଶ କିଛି ଅର୍ଥ, ବହୁଶ୍ରମ ଓ କଷ୍ଟ ସ୍ୱୀକାର କରି ମାତୃଭାଷାର ଏକ ନିରୁତା ଗୀତ ତିଆରି କଲେ…

ଅଧିକ ପଢ଼ନ୍ତୁ
ଅପ୍ରାପ୍ତି

ଅପ୍ରାପ୍ତି

କେବେ ମୁଁ ଥିଲି ଗଳ୍ପ, ତୁଥିଲୁ ମୋ ଗୀତି ଏବେ ମୁଁ ପାପଟିଏ, ତୁ ବହୁଦୂରେ ପ୍ରାପ୍ତି ଦିନେ ମୁଁ ଥିଲି ସ୍ୱାଦ, ତୁ ଥିଲୁ ମୋ ଶାନ୍ତି ଏବେ ମୁଁ ଦୋଷଟିଏ, ତୁ ବହୁଦୂରେ ଦୀପ୍ତି ଦିନେ ମୁଁ ଥିଲି ତୃଷ୍ଣା, ତୁ ଥିଲୁ କେବେ ତୃପ୍ତି ଏବେ ମୁଁ ସ୍ୱପ୍ନଟିଏ, ତୁ ବହୁଦୂରେ ସ୍ମୃତି ଦିନେ ମୁଁ ଥିଲି ସତ୍ୟ, ତୁ ଥିଲୁ ମୋ ସ୍ଫୁର୍ତ୍ତି ଏବେ ମୁଁ ଶାପଗ୍ରସ୍ତ, ତୁ ବହୁଦୂରେ ସ୍ତୁତି…

ଅଧିକ ପଢ଼ନ୍ତୁ
andhabiswasara-naksa

ଅନ୍ଧବିଶ୍ୱାସର ନ‌କ୍ସା

ଗିନାଚାମଚ ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ ଥୋଇ ଚଟାପଟ ଆରମ୍ଭ କରିଦେଲା ଋଣୁଝୁଣୁ ଶବ୍ଦ । ପିଲାଟି ବୁଲିଲା ବି ରାତିରେ, ଆଉ ତହିଁଆରଦିନ ମୁଁ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ବି ସବୁ ଠିକ୍ ଠାକ୍ । କାଠିମାଳି ହଳଦିଆକାଆଁଳ ହଉ କି…

ଅଧିକ ପଢ଼ନ୍ତୁ
ନିଶାର୍ଦ୍ଧର ଆତ୍ମଗ୍ଳାନୀ

ନିଶାର୍ଦ୍ଧର ଆତ୍ମଗ୍ଳାନୀ

୧ ନିଶାର୍ଦ୍ଧରେ କଷ୍ଟଲାଗେ କାନ୍ଥଘଣ୍ଟା ଟିକ୍ ଟିକ୍ ଶବ୍ଦ । ସତେଅବା, କୋଣାର୍କର ଚୂଡ଼ାଦେଶେ ଯାଯାବର ବଢ଼େଇର ନିଶାଣ ପ୍ରହାର ଆଜି ପ୍ରମତ୍ତ ପ୍ରଲୁବ୍ଧ ॥ ୨ ନିଶାର୍ଦ୍ଧରେ କଷ୍ଟଦିଏ ମଶକର ଗୁଣୁଗୁଣୁ ଗୀତ । ସତେଅବା, ନକ୍ସଲର ପ୍ରାଦୁର୍ଭାବେ ଉପଦ୍ରୁତ ପେଣ୍ଠସ୍ଥଳେ ସଲାମ ସଂଗୀତ ଆଜି ଉନ୍ମତ୍ତ, ଉନ୍ମୁକ୍ତ ॥ ୩ ନିଶାର୍ଦ୍ଧର ପ୍ରାଣପିଡ଼ା ନାଶୀତିତୋଷ୍ଣ ତୋ’ ଶରୀର । ସତେଅବା, ଜଙ୍ଗଲରେ ପର୍ଣ୍ଣମୋଚୀ ପତ୍ରଝଡ଼ା ପ୍ରତିକ୍ଷାରେ ଭୟଭୀତ ସୁପ୍ତ ଋଗ୍ଣ ନିସ୍ତବ୍ଧ ନିଷ୍ଠୁର ॥…

ଅଧିକ ପଢ଼ନ୍ତୁ
nababarsara-naksha

ନବବର୍ଷର ନକ୍ସା

୧ ~ ଡାଏରୀ ପୁରୁଣା ଡାଏରୀର ବା କି ଦୋଷ? ତା’ ଦେହରେ ପାପ-ପୂଣ୍ୟର କାହାଣୀ ଟିପୁଥିବା ମଣିଷଟାତ ବଦଳୁନି, ସେ କାହିଁକି ବଦଳି ଯିବ? ୨ ~ ମୂଲ ନୂଆବର୍ଷରେ ନୂଆଗରାଖ ଖୋଜୁଛି ମିସ୍ ମାୟା ! ତା’ର ପରିବର୍ଦ୍ଧିତ ମୂଲ ଦେବାପାଇଁ ରୋକଠୋକ୍ ମନାକରିଛନ୍ତି ପୁରୁଣାଗୋଷ୍ଠୀ ! ଛି ଛି… ବାକିଖିଆ ଗୁଡାକ ! ୩ ~ ଭେକ ଭୋବନିଶର ଡ୍ୟାନ୍ସକୁଇନ୍ “ମୋନାଲିସା”ର ବୋଉ ଆମାଜନରୁ ବଢ଼ିଆ ଡ୍ରେସଟେ ମଗେଇଛି ନୂଆବର୍ଷ ଇଭେଣ୍ଟସ ପାଇଁ,…

ଅଧିକ ପଢ଼ନ୍ତୁ