ଚିନ୍ମୟ କୁମାର ସାହୁ

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Sishu - Odia Poem

ଶିଶୁ

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁ ତାରାଟିଏ ଶିଶୁ ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ । ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ ବିଶାଳ ବୟସ୍କ ବରଗଛ ଡାଳେ କଅଁଳ କଷିଟେ ଶିଶୁ । କୁମ୍ଭାର ଶାଳରେ ଗଢ଼ି ହେଉଥିବା କଞ୍ଚା ମାଠିଆଟେ ଶିଶୁ ନିହାଣ ମୁନକୁ ତୀକ୍ଷ୍ଣ କରୁଥିବା ତତଲା ନିଆଁଟେ ଶିଶୁ । ପଙ୍କ ପୋଖରୀରେ ଫୁଟି ଉଠିଥିବା କଇଁ ଫୁଲଟିଏ ଶିଶୁ ଦାଣ୍ଡ ଅଗଣାରେ ବୃନ୍ଦାବତୀ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଦେଖିନି ପାଖରୁ ଜୀବନକୁ କେବେ ଏକାନ୍ତରେ ବସି ଯେବେ ମୁଁ ଭାବେ – ହସିକି କାନ୍ଦେ, କାନ୍ଦିକି ହସେ ଜୀବନଟା ବୋଧେ ଏମିତି ଦିଶେ । ନଦୀ ବହିଯାଏ ସମୁଦ୍ର ଆଡ଼େ କେତେ ଅଙ୍କା ବଙ୍କା ପଥ ହାବୁଡ଼େ – ପଥର କାଟେ, ପାହାଡ଼ୁ ଖସେ ଜୀବନଟା ବୋଧେ ଏମିତି ଦିଶେ । କିଛି ଚିରସ୍ଥାୟୀ ନୁହେଁ ସଂସାରେ କେତେ ଝଡ଼ ଝଞ୍ଜା ଆସେ ରାସ୍ତାରେ – ମାଟିର ଦେହ, ମାଟିରେ ମିଶେ ଜୀବନଟା ବୋଧେ ଏମିତି…

ଅଧିକ ପଢ଼ନ୍ତୁ
Tu- Odia Poem

ତୁ

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆଟିଏ ମୁଁ ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ । ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା ତୁ । କୋଟିଏ ତାରାଙ୍କୁ ପାଖରେ ରଖିବି ଏକା ଆକାଶଟେ ମୁଁ ମୋ ଅନ୍ଧାର ହୃଦୟେ ଆଶା ଭରୁଥିବା ପୁନେଇଁ ଚାନ୍ଦଟା ତୁ । ବର୍ଷାକୁ ବାଟେଇ ଶୀତକୁ ବନ୍ଦେଇ ଶରତ ଋତୁଟେ ମୁଁ…

ଅଧିକ ପଢ଼ନ୍ତୁ
Kichhi Sata Luchi Rahiba bhala

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ କିମ୍ବା ଓଠ ତଳ ହସର ଓଢ଼ଣା ତଳେ କିଛି ସତ ଲୁଚି ରହିବା ଭଲ । କବିର ହୃତସ୍ପନ୍ଦନରେ ଯାହା ତା’ ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀଟେ କହିବାର ଅପେକ୍ଷାରେ, ତା’ ଛବିର ପ୍ରତିବିମ୍ବରେ କିଛି ସତ ଲୁଚି ରହିବା ଭଲ । ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ ଶ୍ୱାନ ଶ୍ୱାପଦଙ୍କ…

ଅଧିକ ପଢ଼ନ୍ତୁ
Bapa Odia Poem

ବାପା

ନାଲି ଆଖି କରି ଶାସନ କରନ୍ତି ସପନ ଦେଖେଇ ସାହସ ବଢ଼ାନ୍ତି ବୁଝନ୍ତି ସମସ୍ତ ଅଳି । ଲୁହ ପି’ ପୁଣି ହସିବା ଶିଖାନ୍ତି ଦୁଃଖ କଷ୍ଟ ସହି ଆଗକୁ ବଢ଼ାନ୍ତି କରନ୍ତୁ ପଛକେ ଗାଳି । ପଡ଼ି ଛିଡ଼ା ହବା ଶିକ୍ଷା ସେ ଦିଅନ୍ତି ଜୀବନ ଜିଇଁବା ସୂତ୍ର ବି ଶିଖାନ୍ତି କଷଣେ ନ ଯାଇ ଡରି । ନିଜ ହସ ଭୁଲି ସଭିଙ୍କୁ ହସାନ୍ତି ନିଜ ଭୋକ ଭୁଲି ଆହାର ଯୋଗାନ୍ତି ନାହିଁ କେହି…

ଅଧିକ ପଢ଼ନ୍ତୁ