ଆଭା ପ୍ରଧାନ

ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।

Odia Story Parijata (ପାରିଜାତ) by Abha Pradhan

ପାରିଜାତ

– ହେ ଅଥର୍ବ ! ଆଜି ଦିନଟା । ମୁଁ ଟିକେ ପାର୍ଲର୍ ଯିବି, ଡେରି ହେଇଯିବ । କାଲିର ସକାଳ ପ୍ରୋଗ୍ରାମ ପାଇଁ ସବୁ ସରିଯାଇଛି, ତୁ ଖାଲି ଫାଇନାଲ୍ ଟଚ୍ ଦେଇଦବୁ । – ଆଜ୍ଞା ମୋନା… ଡାର୍ଲିଂ… – ତୁ କେତେ ଭଲ କହିଲୁ ମୋ ସୁଇଟ୍ ବ୍ରୋ । – ନିଜ ଫାଇନାଲ୍ ଟଚ୍ ନିଜେ ଦେ । ପାର୍ଲରରେ କ’ଣ ମୋ ଭିଣେଇ ଭାଇ ବସିଛନ୍ତି? – ତତେ ରାଗିବା…

ଅଧିକ ପଢ଼ନ୍ତୁ
Jibana Nai ra gote ghata

ଜୀବନ ନଈର ଗୋଟେ ଘାଟ

ଜୁଲାଇ ୪ ତାରିଖ, ରଥଯାତ୍ରା । କଥାରେ ନାହିଁ, ଷ୍ଟେସନ ପାଖ ଲୋକ ଟ୍ରେନ୍ ଫେଲ୍ । ପୁରୀ ଲୋକ ବୋଲି ଦିନରେ ରଥ ଉପରେ ଜଗନ୍ନାଥ ଦର୍ଶନ ୩/୪ ବର୍ଷ ହବ ବନ୍ଦ । ରାତି ୧୦ ହେଲେ ଘରୁ ବାହାରେ, ଆଉ ଫାଙ୍କାରେ ଦର୍ଶନ କରି ଆସେ । ଏଥର କିନ୍ତୁ ଠିକ୍ ବାହାରିଲା ବେଳକୁ ବର୍ଷା କାଚିଲା । ପାରାଦ୍ଵୀପ ଫେରନ୍ତା ବର୍ଷାରେ ଓଦା ହେବା କଷ୍ଟଟା ଦେହରୁ ଯାଇନଥିଲା । ଗାଲୁ…

ଅଧିକ ପଢ଼ନ୍ତୁ
ବୌଦ୍ଧଗଡ଼ରେ ମୁହୂର୍ତ୍ତେ

ବୌଦ୍ଧଗଡ଼ରେ ମୁହୂର୍ତ୍ତେ

ଦଶପଲ୍ଲା । ହୁଁ….. ରଣପୁର- ନୟାଗଡ଼ ରାସ୍ତାଠୁ ବି ଆହୁରି ଲୋଭିଲା । ଏଇଠୁ ବୋଧହୁଏ ପ୍ରକୃତିର ଯାଦୁକରୀ ଛୁଆଁ ଆରମ୍ଭ ହେଲା । ମଣିଷ ତିଆରି ରାସ୍ତା, ଆଉ ଅଳ୍ପ ଗାଡ଼ି କେତେଟା ଛାଡ଼ିଦେଲେ ଆଉ ସବୁଠି ମା’ର ସବୁଜ ଛଟା । କୋଉଠି ମେଞ୍ଚା ହେଇକି ତ, ଆଉ କୋଉଠି ଧାଡ଼ି ହେଇ ସବୁ ବସିଥିଲେ । ଆଖି ମିଟି ମିଟି କରି ଗଲା ଆଇଲା ଲୋକଙ୍କୁ ଦେଖୁଥିଲେ; କ’ଣ ଭାବୁଥିଲେ କେଜାଣି !…

ଅଧିକ ପଢ଼ନ୍ତୁ
Parijata

ପାରିଜାତ

ସୁପ୍ରଭାତ ବନ୍ଧୁଗଣ । ରେଡ଼ିଓ ରକ୍ସକୁ ସ୍ୱାଗତ କରୁଛି ଆପଣଙ୍କୁ, ମୁଁ ସମୀର । ଆଜି ଆପଣଙ୍କ ସମୀର ପୁରା ଅନ୍-ପ୍ରିପେୟାର୍ଡ୍ । ଏ ଗୋଟେ ଲାଇନରେ ଭାବୁଥିବେ, ସମୀରର ମୁଣ୍ଡ ମାଡ଼ ହେଇ ଯାଇଛି ବୋଧେ । ପ୍ରଥମେ ତ ପୂର୍ବ ପ୍ରସ୍ତୁତିର ଘର ଶୂନ, ଦ୍ୱିତୀୟରେ ଏ ଓଡ଼ିଆ ଟୋକାର ଜିଭଟା ଅଂଗ୍ରେଜି କହିବାକୁ କେମିତି ଲେଉଟିଲା । ଏଇଟା ତ ଆଜିର ମିଷ୍ଟ୍ରି । ହଁ ବନ୍ଧୁଗଣ ମିଷ୍ଟ୍ରି ଭିତରେ ଅଛି ଆପଣଙ୍କ…

ଅଧିକ ପଢ଼ନ୍ତୁ
jhan-jhan

ଝଣ୍ ଝଣ୍

ସବୁଦିନ ସକାଳୁ ସକାଳୁ ଏଇ ଶବ୍ଦଟା ମୂରଲୀର ନିଦ ଭାଙ୍ଗେ । ଖବରକାଗଜବାଲାଟା ପୁରା ଲକ୍ଷ୍ୟକରି ଏମିତି ରକେଟ୍ ବେଗରେ ଖବରକାଗଜଟା ଛାଡ଼େ ଯେ, ଦୁଆର ସାମ୍ନା ବାସ୍ତୁଟା ଝଣ୍ ଝଣ୍ ସ୍ୱରରେ ଚିତ୍କାର କରେ । ବାସ୍ତବରେ ଚିତ୍କାର ନୁହଁ ତ, କାହାର ଉପସ୍ଥିତି ଯେମିତି ଜାହିର କରେ । ସେଇଥିପାଇଁ ତ’ ସେଇ ବାସ୍ତୁଟା ସେଇଠି ଅଛି । ମୃଦୁ ମଳୟ ତା’ ଦେଇ ଚାଲିଗଲେ, ସେ ଝଣ୍ ଝଣ୍ ଶବ୍ଦଟା ମୂରଲୀ କାନରେ…

ଅଧିକ ପଢ଼ନ୍ତୁ