ଅତୀତ ଯେବେ ଚେଇଁ ଉଠେ

Odia Poem Atita Jebe Chein Uthe (ଅତୀତ ଯେବେ ଚେଇଁ ଉଠେ) by Sakuntala Parida

ଦେହରୁ ସେ ଘା’ ସୁଖିଯାଇିଛି ସତ
ହେଲେ ମନରେ ହେଇଥିବା ସେ ଘା’
ଏବେବି ତାଜା ଅଛି ॥

ଆଖିରୁ ଲୁହ ସୁଖିଯାଇଛି ସତ
ହେଲେ ହୃଦୟରେ କହୁଳୁଥିବା ସେ କୋହ
ଏବେବି କଇଁ କଇଁ ହୋଇ କାନ୍ଦୁଛି ॥

ଏବେବି ଓଠରେ ହସ ଅଛି ସତ
ହେଲେ ସେ ଅସ୍ତଗାମୀ ସୂର୍ଯ୍ୟର ଦିଗବଳୟ
ଭିତରେ ସେ ଚେହେରାଟି ହଜିଯାଇଛି ॥

ଏ ହୃଦୟଟି କାହା ପାଇଁ
ପଥର ପାଲଟିଯାଇନି ବାସ୍
ଖାଲି ଭାଙ୍ଗିଯାଇଥିବା ସମ୍ପର୍କକୁ ଖୋଜିଚାଲିଛି ॥

କେତେ ନୂଆ ସମ୍ପର୍କ ଗଢ଼ିହୋଇଯାଇଛି
ହେଲେ ସେ ମନ ଭିତରେ ଥିବା ଅଜଣା ଭୟ
ପ୍ରତ୍ୟେକଟି ମୂହୁର୍ତ୍ତରେ ଡରେଇ ଚାଲିଛି ॥

ହଜାରେ ଲୋକଙ୍କ ଗହଳି ଭିତରେ
ମୁଁ ନିଜକୁ ଖୋଜିଚାଲିଛି ହେଲେ
କେତେବେଳେ ନିଜକୁ ମୁଁ ଦୁନିଆ
ଆଗରେ ହରେଇ ଦେଇଛି ଜାଣିପାରିନି ॥

ସେ ଅଦେଖା ଅତୀତର ଘା’
ଏବେବି ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇ ଚାଲିଛି
ବାସ୍ ଜୀବନଟାକୁ ମୋର ନେଇପାରୁନି କି
ସେ ଅକୁହା କଥାକୁ କାହା ଆଗରେ କହିପାରୁନି ॥

– ଶକୁନ୍ତଳା ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...