You are currently viewing ଆମ ଉତ୍କଳ
Odia Poem Ama Utkala (ଆମ ଉତ୍କଳ) by Resmarani Jena

ଆମ ଉତ୍କଳ

ତିନି ଅକ୍ଷର ନାଁଟିଏ
ଭାରି ସୁନ୍ଦର ରାଜ୍ୟ ସିଏ
ଭାରତ ଦେଶରେ ଥାଏ
କୁହ ଭାଇ କୁହ ସିଏ କିଏ??

ଶାନ୍ତି ମୈତ୍ରୀର ଦେଶ ଏହି
ନାଆଁଟି ଓଡ଼ିଶା ଅଟଇ
ଏହି ରାଇଜେ ବହି ଯାଇଛି
ଅନେକ ସମୁଦ୍ର ନଈ…

ଏହାର ଝରଣା ଗାଇ ଯାଉଛି
ଉତ୍କଳ ମାଟିର ଜୟଗାନ
ଏହି ମାଟିରେ ଜନମ ମୋର
ଏହି ମାଟି ମୋର ମାଆ ସମାନ…

ଏହି ଦେଶରେ ଜନମି ଥିଲେ
ଅନେକ ଶହୀଦ ବୀର
ଦେଶକୁ ସ୍ଵାଧୀନ କରିବା ପାଇଁ
ଧରିଥିଲେ ଧନୁ ତୀର…

ଏହି ଦେଶର ପାଣି ପବନେ
ଗଢ଼ା ଆମର ଶରୀର
ଆମେ ଅଟୁ ତା’ ସନ୍ତାନ
ସେ ଅଟେଯେ ମାଆ ଆମର…

– ରେସ୍ମାରାଣୀ ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରେସ୍ମାରାଣୀ ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।