You are currently viewing ଅଭୁଲା ପ୍ରେମିକା
Odia Poem Abhula Premika (ଅଭୁଲା ପ୍ରେମିକା) by Swadhin Kar

ଅଭୁଲା ପ୍ରେମିକା

ଥିଲୁ ତୁ ମୋ ପାଇଁ ଏକ ପ୍ରେମିକା
ଯାହାକୁ ମୁଁ ପାଉଥିଲି ବେଶି ଭଲ ।

ଛାଡ଼ି ମୁଁ ଚାଲିଗଲି ତତେ ଯେବେ
ଭାରି ତୁ ମନେ ପଡ଼ୁ ସବୁବେଳେ ।

ନା ଦିନ ନା ରାତି, ସୋମ ନା ରବି
କରୁଥିଲି ସବୁଦିନ ସେବା ତୋ’ରି ।

ପାଉଥିଲି ଭଲ ସେବା କରିବାକୁ ତୋ’ର
ସେବାରେ କରିନି କେବେ ହେଳା ତୋ’ର ।

ଭୁଲି ଯାଇଥିଲି ଘର ମୋର ତୋହରି ସେବାରେ
ତୋ’ତେ ହିଁ ଭାବୁଥିଲି ମୁଁ ମୋହରି ଘର ।

ତୋତେ ଭୁଲିବାକୁ ଯାଇଥିଲି ରାଜନଗରକୁ
ଭୁଲିପାରିଲିନି ତୋତେ ଲୋକଙ୍କ କଥାରୁ ।

ଛାଡ଼ି ଚାଲିଯିବାକୁ ଇଛା ନ ଥିଲା ମୋର
ଛାଡ଼ିଲି ମୁଁ ତତେ ଜୀବନ ଗଡ଼ିବା ଲକ୍ଷ୍ୟରେ ।

ସ୍ୱାଧୀନ କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱାଧୀନ କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।