ଆଜି କଲମ ମୋର ମାନୁନି ବୋଲ
କାହିଁକି ସେ କରିଛି ଅଭାମାନ,
କ’ଣ ଲେଖିବା ଥିଲା କି ଭୁଲ
ତା’ ପାଇଁ ଦିନରାତି ଲେଖୁଥିଲି
ପ୍ରେମ ଗ୍ରନ୍ଥସମ୍ଭାର ।
କାଗଜ କହୁଛି ମୁଁ ଯାଉଛି ରୁଷି
ଲୁହରେ ଦଉଛ ମତେ ଭିଜେଇ,
କେମିତି ପାରିବି ସହି ଲୁହକୁ ଦେଖି
ଯଦି ସେ ତମ ମନକୁ ବୁଝି
କରୁଛି ବାହାନା ଆଜି ।
ହାତ ପକାଏ ମନକୁ ରାଣ
ଭାବନାରେ ତମେ ଭୁଲିଲ ନିଜକୁ ଜାଣ,
ଥକିଗଲାଣି ମୁଁ ତମ ଭାବନାକୁ ଦେଖି
ସିଏ ତ ଭାବୁନି ତମେ କାହିଁ ହୁଅ ପାଗଳ ।
ଆଖିରେ ସପନ ନ ଆସିବାକୁ
ନିଦକୁ ଦେଇଛି ତଡ଼ି ଦୂର ଦେଶକୁ,
ସପନ ଦେଖି ଦେଖି ଆଖି କହେ ଗଲାଣି ଥକି
ତୁ ଦେଖିଲେ ତାକୁ ସେ ଭାବେନା ତୋ ଛବିକୁ ।
ସତରେ ଆଜି ଯାଇଛି ମୁଁ ହାରି
ମୋ ହୃଦୟ ମୋର ନୁହେଁ ଆଜି,
ଦେହର ଛାଇ କହେ ମୁଁ ନୁହେଁ ତୁମରି,
ମୋ ପରି ସେ ଦିବାରେ ଆସେ ସନ୍ଧ୍ୟାରେ ଯାଏ ଉଭେଇ ।
– ପ୍ରମୋଦ କୁମାର ବିଶ୍ୱାଳ
Comments
ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।