ପ୍ରଣୟ

Odia Poem Pranaya (ପ୍ରଣୟ) by Nalinikanta Dash

ଆସ ! ହଜିଯିବା ନିବିଡ଼ତାର
ପ୍ରୀତି ପ୍ରଣୟରେ
ଚାଲ ସଖୀ, ଲୀନ ହୋଇଯିବା
ଯୌବନର ଉତ୍ତାଳ ଲହଡ଼ିରେ… ।

ଏବେ ତ
ଯୌବନ ଜୁଆର
ଚରମ ସୀମାରେ…
ଏଥର ଲୀନ କରିଦିଅ ତୁମ
ନିଥିର ଆବେଗକୁ ମୋ
ଆୟୁଷ୍ମାନ ଯୌବନରେ ।

ଏଥର, ସମୟ ତ୍ୟାଗର
ଜାଳିଦିଅ ବାଧା-ବନ୍ଧନ
ସମାଜର ନୀତି-ନିୟମ
ପ୍ରେମର ବହ୍ନିରେ…

ଲାଜର ଓଢ଼ାଣା କାଢ଼ି, ସାଜିଯାଅ
ଶୃଙ୍ଗାରିତ କୋଣାର୍କ,
ନିଜେ ବୁଡ଼ିବା ସହ ମୋତେ ବି
ବୁଡ଼େଇ ଦିଅ ପ୍ରେମର ସାଗରରେ ।
ଆସ ! ଆସ ! ସମର୍ପି ଦିଅ
ନିଜକୁ, ମୋ ପ୍ରୀତି ପ୍ରଣୟରେ ।

– ନଳୀନି କାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...