ଏ ରଙ୍ଗମଞ୍ଚରେ ନାୟକ ସାଜିଛି
କଣ୍ଟକିତ ପଥେ ଶକ୍ତ ଆଘାତେ
ଅଜଣା ବାଟର ବାଟୋଇ ସେ ସାଜେ,
ରଙ୍ଗମଞ୍ଚ ଏ ରଙ୍ଗୀନ୍ ଦୁନିଆଁ
ନିଜକୁ ହରାଇ ନିଜକୁ ବି ଖୋଜେ ।
ସ୍ୱପ୍ନ ଦରିଆରେ ଭାସି ଯାଇଛି
ମାୟାନଗରୀରେ ବାୟା ସେ ସାଜିଛି,
ବଞ୍ଚି ବି ମରିଛି ନିଜକୁ ପାଇଛି
ତଥାପି ହସୁଛି…
ଜୀବନର ପଥେ ଆଗେଇ ଚାଲିଛି…
ଦୁଃଖରେ ହସି ସେ ସୁଖ ଖୋଜିଛି
ପ୍ରତାରଣା ସାଥେ ଜିଇଁବା ଶିଖିଛି,
ଝୁଣ୍ଟି ପଡ଼ିଛି ଥକି ଯାଇଛି
ତଥାପି ହାରିନି ସେ…
ସମୟର ସାଥେ ମାଡ଼ି ଚାଲିଛି…
– ଜଗନ ବେହେରା
Comments
ଜଗନ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।