ଫେସ୍‌ବୁକ୍

A Sambalpuri Poem on Facebook (ଫେସ୍‌ବୁକ୍) by Satya Narayan Padhan

ଧଏନ୍ ଧଏନ୍‌ରେ ଫେସ୍‌ବୁକ୍ ତୁଇ
ପଢଲୁ ବନେଟେ ପାଠ୍,
ରାତି ଝୁମରା ବତରେ ନାଇଁ ଲାଗୁଛେ
ନାଇଁକଲେ ଟିକେ ଚାଟ୍ ।

ବହି ପଢୁଥିଲେ ଆକାଶୁ ଝୁମରା
ଫେସ୍‌ବୁକ୍ ଚଲାଲେ ନାଇଁ,
କାଇଁ ମହଁନିଟେ ଲଗାଇ ଦେଲୁ ଯେ
ସଭେ ହେଇଛନ୍ ବାଇ ।

ମୁହୁଁଦେଖା ବହି ଦୁନିଆଁରେ ତୁଇ
ପୁର୍ଥୀର୍ ସବୁ ଭାଷା ଧରି,
ମୁନୁଷ୍ ମାନକୁ ଅଲ୍‌ସୁଆ କରୁଛୁ
ଗୁଟେଜାଗା ବସାଇ କରି ।

କାମ୍ କବାର୍ ଛାଡି ଫେସ୍‌ବୁକ୍‌ରେ ମନ୍
ଲାଇକ୍ କମେଣ୍ଟ୍ ଗଦାଗଦା,
ଉସତ୍ ହେସନ୍ ଧଙ୍ଗରା ଧାଙ୍ଗରି
ସାନ୍ ବଡ୍ ବୁଢା ଦଦା ।

ଭୁଲେଇ ଦେଲୁନଁ ମୁନୁଷ୍ କେ ତାର୍ କରମ୍
ସାଙ୍ଗ୍ ମେଲ୍ ସେବାର୍ କଥା,
ବୁଡି ମରୁଥିଲେ କେ ବଁଚେଇ ନାଇଁ ଆସନ୍
ସାର୍ ସେଲ୍ ଫି ଘିଚବାର୍‌ଟା ।

ଧିକ୍ ଆଏ ସେ ମୁନୁଷ୍ ଜୀବନ୍ ଥାଇ
ଅଭାବେ ଉପକାର୍ ଗୁନ୍,
ପର୍ ଉପକାରେ ପାଇବୁ ସରଗ୍ ସୁଖ୍
ଫେସ୍‌ବୁକ୍ ଛାଡି ଲୁକର୍ ଶୁନ୍ ।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...