ଶରଦର ଅଗମନେ
ନିର୍ମଳ ମେଘମାଳ ଦିଶେ ଗଗନେ,
ଶରଦର ଛୁଆଁରେ
ତୋଫା ଜହ୍ନ ଦିଶେ ସପନେ,
ଭଳିକି ରଙ୍ଗର ରଙ୍ଗଣୀ ସାଙ୍ଗକୁ
କାଶତଣ୍ଡୀ ବଢ଼ାଏ ଶୋଭା ଭୁବନେ ॥
ଶରତ ଋତୁରେ କାଶତଣ୍ଡୀ ଫୁଲର ଶୋଭା,
ରାସ୍ତା ଘାଟ, ବିଲ ଚାରିଆଡ଼ ଦୃଶ୍ୟ ମନଲୋଭା ॥
ଶରତର ଆଗମନେ ଜମେଇ ଦିଏ ତା’ ଆସର,
ସମସ୍ତଙ୍କ ମନ ମୋହେ, ନାହିଁ ଯେ ବର୍ଣ୍ଣନା
ତା’ ରୂପ ଆଉ ରଙ୍ଗର ।
ବଗିଚା ବାଡ଼ି, ରାସ୍ତାଘାଟ
ନଈ ପଠା ବିଲ ପାଟ
ଚାରିଆଡ଼େ ଖିଲିଖିଲି ହସି ଉଠେ
ରଙ୍ଗଣୀ, କାଠଚମ୍ପା
ଗଙ୍ଗଶିଉଳିର ମହକେ
ଚାରିଦିଗ ଫୁଲିଉଠେ ।
ନୂଆଁଖାଇ ଗଲା,
ଖୁଦ ରଙ୍କୁଣୀଙ୍କ ପୂଜା ଗଲା
ଆଶ୍ଵିନ ମାସ ଧକେଇ ପଶି
ଶରତର ଆଭାସ ଦେଲା ॥
ପାର୍ବଣ ଋତୁ ‘ଶରଦ’
ଦଶଭୂଜା ମା’ଆସିବେ ବୋଲି
ଆଣିଲା ସେ ସୁସମ୍ବାଦ ॥
କମ୍ପି ଉଠେ ପୂରୁବରୁ ପଶ୍ଚିମ ଏବଂ ଚାରିଦିଗ,
ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କ ସମୟ ପଦାର୍ପିତ ।
କାଶତଣ୍ଡୀ ଫୁଲି ଫୁଲି ନାଚି ନାଚି,
ମା’କୁ କରୁଥାଏ ଅପୂର୍ବ ସ୍ୱାଗତ ।
– ରଞ୍ଜିତା ଦାସ
Comments
ରଂଜିତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

