ନରୀ ସାରା ବିଶ୍ୱ ବନ୍ଦିତା
ନରୀ ପୁଣି ସିଏ ଜଗତମାତା
ଶକ୍ତି ସ୍ୱରୂପା ଦିଏ ସ୍ନେହମୟୀ
ନରୀ ସେ ପୁଣି ଜଗତ ପୂଜିତା
ନାରୀ ସୃଷ୍ଟି, ପୁଣି ସେ ବିଧ୍ୱଂସକାରିଣୀ
କେବେ ଦୁହିତା, ଭଗିନୀ, ଜନନୀ
ପୁଣି କେବେ ଶକ୍ତିସ୍ୱରୂପିଣୀ
ନାରୀ ସେହି ମହାମାୟା
ପ୍ରଦୀପ୍ତ କାରିଣୀ
ପ୍ରଦୀପର ପ୍ରଦୀପ୍ତ
କରେ ଏ ଧରଣୀ
ମଙ୍ଗଳ କାମନା ନେଇ
ସାଜିଥାଏ ମଙ୍ଗଳ କାରିଣୀ
ମମତାମୟୀ ସେ
ପୁଣି ଜଗତ ଜନନୀ…
– ଚିନ୍ମୟୀ ଚାନ୍ଦ
Comments
ଚିନ୍ମୟୀ ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।