ଅପେକ୍ଷା

Apekshaa

ଗଛ ଲତା ବିହୀନ ଜୀବନର ପନ୍ତାର ଭୂମିରେ
ଅପେକ୍ଷା ଆଜି ପ୍ରଶ୍ନବାଚୀ
କଣ୍ଟା ହୋଇ ମୋ ଶରୀରକୁ ଲହୁରେ ଭିଜାଉଛି
ପୁଣି ଆଖିକୁ ଅଶ୍ରୁରେ ଦେଉଛି ସାଜି ।

ଆଖିର ଆଭୂଷଣ ହୋଇଛି ଲୁହ
ହୃଦୟ ମୋ ଧର୍ଯ୍ୟ ହରା
ଅପେକ୍ଷା ଖେଳୁଛି ଲୁଚକାଳି ପୁଣି
କରି ମୋତେ ବେସାହାରା ।

ଅପେକ୍ଷା ନେଉଛି ଧୈର୍ଯ୍ୟର ପରୀକ୍ଷା
ଜାଣିନି କି ହେବି ଉତ୍ତୀର୍ଣ୍ଣ
ପରୀକ୍ଷା ଖାତାକୁ ଲୁହରେ ଭିଜାଇ
ଅବସ୍ଥା ମୋ ଜୀର୍ଣ୍ଣସୀର୍ଣ୍ଣ ।

ପ୍ରତି ପାଦେ ଝରେ ଲୁହ ଲହୁ ଏଠି
ଡେଣା ଥାଇ ଡେଣା ବିହୀନ
ଅପେକ୍ଷା ଜାଲରେ ଛନ୍ଦି ମୁଁ ହୋଇଛି
ଏଠି କାଟୁଛି ମୁଁ ବନ୍ଦୀ ଜୀବନ ।

ଅପେକ୍ଷା ଉତ୍ତର ଖୋଜି ମୁଁ ପାଉନି
ଜୀବନର ଶବ୍ଦ କୋଷେ
ଭାବୁଛି ବାକି ଜୀବନକୁ ଏମିତି କାଟିବି
ମୋର ଜୀର୍ଣ୍ଣ ସୀର୍ଣ୍ଣ ଏହି ବେଶେ ।

ଓମ୍ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...