ସବୁଦିନଠାରୁ ବେଶୀ ଚଳଚଞ୍ଚଳ
ଲାଗେ ଭାରି ନୂଆ ନୂଆ ।
ବେଳ କାହିଁ, ଅଳସୁଆ ହୋଇ ଶୋଇବାକୁ ଅବା ନିଆଁ ପୋଇଁବାକୁ
ଫସଲ ଅମଳର ବେଳ ଯେ
ପେଟ ପାଟଣା କଥା ଯେ
ଶୀତକୁ ଡରି,
ଥରେ ହେଳା କରିଦେଲେ
ହାତୀ ପଶି ଦଳିଦେବ
ନହେଲେ ଲଘୁଚାପ ଧୋଇନେବ ।
ସେଥିପାଇଁ ତ ସବୁଦିନଠାରୁ
ବେଶୀ ଚଳଚଞ୍ଚଳ
ଲାଗେ ଭାରି ନୂଆ ନୂଆ
ଶୀତ ଦିନେ ମୋ ଗାଁ ।