ଦିନ କେଇଟାରେ
ବଦଳିଗଲ ତୁମେ
ବଦଳିଗଲା
ତୁମ ପରିଚୟ
ସ୍ୱପ୍ନ ନାୟକରୁ
ସାଜିଗଲ
କାହା ମଥାର ସିନ୍ଦୂର
ନୂଆ ମଣିଷକୁ
ଆପଣାର କରି
ଚାଲିଗଲ
ଦୂର… ବହୁ ଦୂର
ତୁମର ଏବେ ନୂଆ ଏକ ଘର
ପୁଣି ନୂଆ ନୂଆ ସଂସାର
ଖୁସିରେ ଉଚ୍ଛୁଳି ଥିବ
ତୁମ ଛୋଟ ପରିବାର
ହାତରନ୍ଧାରେ
ମୋହୁଥିବ ମନ ତୁମର
ପଖାଳ କଂସାର
ଆଢ଼ୁଆଳେ ବସି
ଦଉଥିବ ମୁରୁକି ସେ ହସି
ଚାହାର ଉଷୁମ ସ୍ପର୍ଶରେ
ମିଠାସ୍ ବି ଯାଉଥିବ ମିଶି
ତୁମ ଆଡ଼େ
ଏବେ ମେଘ
ହେଲେ ଆମ ଆଡ଼େ
ନିଶବ୍ଦ
ତୁମ ଅଗଣାରେ ବସନ୍ତ
ଏଣେ କିନ୍ତୁ
ଜଳବିନା ହତସନ୍ତ
ତୁମେ ଏବେ ମହକୁଛ
ସାଜି କାହା
ଗଭାର ଗଜରା
ମୁଁ କିନ୍ତୁ
ଏବେବି ସେଇ
ସ୍ୱପ୍ନ ଇଲାକାରେ
ନିତି ଦେଉଥାଏ
ଲୁହର ହାଜିରା ।
– ପ୍ରଜ୍ଞା ପାରମିତା