ପୂରା ଗାଆଁ ରହୁଥିଲା ମହକି
ନାକ୍ ପାରୁଥିଲା ଚାଖି
ପୂର୍ନି ବଁଧର୍ ପଦମ୍ ଫୁଲ୍
ସଭେ ଶୁଁଘୁଥିଲୁଁ ଦେଖି
ଆମ୍ ବୁରେଇର୍ ନୂଆଁ ବଉଲ୍
ନାକ୍ ଦଉଥିଲା ରୁଁଧି
ମିର୍ଚା ଲେସୁନ୍ ପର୍ଝା ଶୁଢ଼ଁଘ୍ଲେ
ଆଏଁଖ୍ ଦଊଥିଲା କାଁଦି
ଚଂଦନ୍ ପେଡ଼ିର୍ ଅବ୍ଗା ବାସ୍ନା
ପାରୁଥିଲୁଁ ଆମେ ମାଖି
ମହକ୍ ସଂପଦ୍ ମିଲିଛେ ସମ୍କୁଁ
ନାକ୍ ଆଏ ତାର୍ ସାକ୍ଷୀ
ଗାଆଢ଼ଢ଼ଁ ଖୁଲି ବୁଲି ଖର୍ସି ଚୁତା
ବେଟୁଥିଲା ଗୁଟେ ନନୀ
ନିଜର୍ ହାତ୍କେ ପୁହୁରା କରି
ଦଉଥିଲା ମହକ୍ ବୁନି
ବଡ଼ି ପକା ବେଲେ ମସ୍ଲା ବଟା
ନାକେଁ ବାଜ୍ଲେ ଛିଁକି
ଦେଇକରି ଆମେ ପିଲାମାନେ
ଭାଗୁଥିଲୁଁ ସେନୁ ମିଲ୍କି
ପିତଲ୍ ଥାଲିନ ଜୁଏ ଅଂଗ୍ରା
ଧୂପ୍ ଗୁଁଡ଼୍ ଦେଲେଁ ଝିଁଟି
ଆଖର୍ ପାଖର୍ ଅଦେଖା ପବନ୍
ବାସୁଥିଲା ଫୁଲ୍ ଫୁଟି
ମଲା ମୂଷାକେ ମଚା ତଲେଁ ପଶି
ମୁହେଁ ଅଂଗ୍ଛି ବାଂଧି
ଖୁଜି ପାଉଥିଲୁଁ ବଡ଼ା କଷ୍ଟେଁ
ଫିକି ଦଉଥିଲୁଁ ଜଲ୍ଦି
ଜନକ୍ ରାତିଁ ପର୍ଛା ଆକାଶେଁ
ଫୁଟୁଥିଲା ମଲି ଫୁଲ୍
ମାଏଟ୍ ଊପ୍ରେଁ ତାରା ଉତ୍ରି
ବାସୁଥିଲେ ମୁଲ୍ମୁଲ୍
କେନ୍ସି ଠାନେ ନାଇଁଥିଲେ ବି
ଅତର୍ ବାସ୍ନା ତେଲ୍
ସେଂଟ୍ ପର୍ଫ୍ୟୁମ୍ ବିନା ଗାଆଁନ
ଥିଲା ମହକିଆ ବେଲ୍
ସୋର୍ କରୁଛେ ନାକ୍ ଇଛେନ୍
ଫେର୍ ମିଲ୍ତା କାଏଁ
ପାସ୍ରି ଦେମି କେନ୍ତା କରି
ଜୀବନ୍ ନୁହେ ଯାଏ
ଶୁନି ଦେଖି ଛୁଇଁ ଦେଲାଁ ପାସ୍ରି
ଯାହା ସବୁ ଥିଲାଢ଼ଁ ଶୁଁଘି
ପଛ୍ଆଡ଼େ ଯାଇ ଗଲା ଅତୀତ୍କେ
ଦେଖ୍ଲିଁ ଘାଏ ଡୁଂଗି
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।