ସ୍ନିଗ୍ଧା ମହାନ୍ତିର
ଶ୍ରାବଣୀ ବେଣୀର
ମେଘର ବାସର ବସା
ସେ ବେଣୀ ଝାଡ଼ିଲେ
ଚାତକ ମୁଁ ମରେ
ବଢ଼େ ହୃଦୟର ତୃଷା ।
ଏକ ଛତା ତଳେ
ମୁଁ ଆଉ
ସ୍ନିଗ୍ଧା ମହାନ୍ତିର ଦେହ
ଶୀତୁଆ ପବନେ
ତା’ ଭିଜା ଶାଢ଼ୀକାନି
ଲୁଚାଇ ଦିଏ ମୋ ମୁହଁ ।
ସେ ଚାଲିଥାଏ
ଆସ୍ତେ ପାଦ ରଖି
ସରୁ ରାସ୍ତାର ଧାରେ
ମୁଁ ତ ଚାଲୁଥାଏ
ଦେହ ତାତି ରଖି
ତା’ ଭିଜା ମୁହେଁ
ଚାହାଣୀ ମୋ ଭିଡ଼ କରେ ।
ଏଡ଼େ ଚପଳା ସେ
ସ୍ନିଗ୍ଧା ମହାନ୍ତି
ଜାଣିବି କହେନା କିଛି
ପାଖ ହୋଇ
ତା’ ଦେହେ ଗେଞ୍ଜିହେଲେ
ଜାଣିଶୁଣି ଯାଏ ଘୁଞ୍ଚି ।
ଏତେ ନଖରାମି
ଝିଅଟିର ଦେଖି
ମୁଁ ମନେମନେ ଭାରି ରାଗେ
ମୋର ଅସହାୟ
ଅବସ୍ଥା ପରଖି
ତାକୁ ଭାରି ହସ ଲାଗେ ।
ତା’ର ହସ
ଆଉ ମୋ ବତୁରା ପ୍ରେମର ରସ,
ଦୁହେଁ ମିଶିଗଲେ ଲେଖି ଦେଇଗଲି
ସହର ମଝିରେ
ତା’ ଓଠରେ ଓଦା ଓଦା ଉପନ୍ୟାସ ।
ଏବେ ଲାଗୁଥିଲା ମୋତେ ହସ
ଚପଳା ପ୍ରିୟା ମୋ ଲାଜେଇ ତ ଗଲା
ପଢ଼ି ଚୁମା ଉପନ୍ୟାସ ।
Comments
ବିଜୟ ଅନ୍ଦାଜ୍ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ସେ ମୁଖ୍ୟତଃ ପ୍ରେମ ଭିତ୍ତିକ କବିତା ରଚନା କରିଥାନ୍ତି ।