ଛୁଅନା…ଛୁଅନା….
ପୁଣ୍ୟମୟୀ….!
ତମ ସତୀତ୍ଵର ସଫେଦ ପରଦାରେ ଲାଗିଯିବ ଦାଗ ,
କହିବନି ଅଲାଜୁକ ମଣିଷ
ଲଙ୍ଘିଗଲା ସୀମାହୀନ ଦିଗନ୍ତ ।
ମୁକ୍ତକେଶୀ…!
ହୁଏତ ସହିଥିବ ଅପେକ୍ଷାର ମଧୁର ଯନ୍ତ୍ରଣା
ଅତି ସନ୍ତର୍ପଣରେ ,
ମାତ୍ର ଏତିକିରେ
ପୁଣ୍ୟତୋୟା…!
ଉପେକ୍ଷା କଲ ତମେ
ଅଜସ୍ର ଘୃଣା ଦେଇ ।
ଆନନ୍ଦମୟୀ…!
ଯାଅନା…ଯାଅନା…
ଅଦୃଶ୍ୟର ହା ହା କାର ଦୁନିଆଁକୁ
ଲାଂଛିତ ଭାବି, ନିହାଳି ଦେବି ଗଭୀର ଅନୁରାଗ
ତମ ଆସନ୍ନ ଅତୀତରେ ଅହେତୁକ ସରାଗ ଦେଇ ।