ଫେରାଇ ଦିଅ ମୋ ଛାୟା

Odia Poem Pherai Dia Mo Chhaya (ଫେରାଇ ଦିଅ ମୋ ଛାୟା) by Alekh Meher

ସତ୍ୟ କର୍ମ ବୃକ୍ଷ ଶାଖା ପ୍ରଶାଖାରେ
ଦେଖି ହୃଷ୍ଟପ୍ରୁଷ୍ଟ ଫୁଲ
ବାତ୍ୟା ସାଥେ ଘନ ରୋଷେ ବରଷିଲେ
ଉଜାଡ଼ି ଜୀବନ ମୂଳ ।

ହେଲା ମହୀ ପତିତ,
ସାତ ବାସରରେ ଅକସ୍ମାତ ।
ମହୀରୁହ ହୃଦ କେସନେ କରିବ
ସପନର ସୌଦାଗର,
ଲୋଭ ମାୟା ମୋହ ବରଜି
ନୁହଇ ବୋହି ନର କଳେବର ।

ପ୍ରିତି ଶରୀର ଝର,
ଶରୀରରୁ ବହେ ନିରନ୍ତର ।
ବାସାନ୍ତର କରି ବାସରୁ ଓଟାରି
ବାହାରେ କରିଲ ଠିଆ,
ବୈନତେୟ ପୃଷ୍ଠେ ବସି ବିହରୁଛ
ଭଙ୍ଗା ଗଢ଼ାର ଦୁନିଆ ।

ହରି ମାଗୁଛି ଭିକ,
ଦାନଦେଇ ହର ଆମ୍ଭ ଶୋକ ।
ଅନ୍ତର୍ଗତ ବ୍ୟଥା କହିବି କାହାକୁ
ତୁମ୍ଭ ପରି ଥାଇ ଦାତା,
ପଶୁଛି ଶରଣ କାଳିୟ ଦଳନ
ବିଶ୍ୱ ବ୍ରହ୍ମାଣ୍ଡ ବିଧାତା ।

ପ୍ରେମ କରୁଣା ତୋୟ,
ସିଞ୍ଚନେ କର ଜୀବନମୟ ।
ଅଗଣାରେ ମୋର ଫୁଟିଉଠୁ
ପୁଣି ସେନେହ ଶରଧା ଫୁଲ,
ନିର୍ବାପିତ ହେଉ ଅନ୍ତର
ଗହନ ଶୋକକ୍ଳେଶର ଗରଳ,
ହେଉ କିଞ୍ଚିତେ ଦୟା,
ଫେରାଇ ଦିଅ ଗ୍ରୀଷ୍ମର ଛାୟା ।

– ଅଲେଖ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...