କରୋନା !
କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ ବଜ୍ରକାପ୍ତାର ଷ୍ଟିକର ମରା ହୋଇଛି । ଛୁଆ ତିନୋଟି ମା’ଠାରୁ କ୍ଷୀର ପିଉଛନ୍ତି, ଆଉ ମାଆ କୁକୁରଟି ଶୋଇକି ନିଜ ଛୁଆଙ୍କୁ ଚାଟୁଚି । କିଛି ଯୁବକ କହୁଛନ୍ତି, ହେ ଦେଖନ୍ତୁ, ଏ ବ୍ରଜକାପ୍ତା କରୋନା ଭାଇରସର ମୁଖ୍ୟ କାରଣ । ଏମିତି କହି ମଝିରେ ମଝିରେ ମା’ କୁକୁରକୁ ଖେଞ୍ଚି ଦେଉଛନ୍ତି । ଲୋକମାନେ ମଧ୍ୟ ବେଶ୍ ମଜାରେ ଏହାକୁ ଉପଭୋଗ କରୁଛନ୍ତି । ଏସବୁ ଦେଖି ଏଭଳି ଆଚରଣ କରୁଥିବା ଯୁବକମାନଙ୍କୁ “ଭାଇ କାହିଁକି ଏମିତି କରୁଛ, ଛୋଟ କୁକୁର ଆଖି ଫିଟି ନାହିଁ, ଛାଡ଼ି ଦିଅନ୍ତୁ ନା” କହିବା ପରେ, ଯୁବକମାନେ କହିଲେ,