ତୁମ ସହ ମିଶିବାକୁ ବହୁତ ଇଚ୍ଛା
ତୁମେ ଟିକେ ଆସନ୍ତନି
ଭସା ବାଦଲରେ, ମୃଦୁ ମଳୟରେ
ନଦୀର ସ୍ରୋତରେ, ପୁଷ୍ପର ସୁରଭିରେ
କୋଇଲିର କୁହୁତାନେ ଅବା
ଜହ୍ନର ଜୋଛନାରେ
ତୁମେ ଟିକେ ଆସନ୍ତନି ।
କରନ୍ତ କେତେ ମାନ ଅଭିମାନ
ତୁମର ନୀରବ ଚୋରାଚୋରା ଚାହାଣୀରେ
ସବୁମାନ ଅଭିମାନ କୁଆଡ଼େ ନିମିଷକେ
ମିଳାଇ ଯାଆନ୍ତା, ହଠାତ୍ ଆସନ୍ତା
ଫଗୁଣର ସୁନାମି
ହଜିବାକୁ
ହଜାଇବାକୁ
ଭିଜିବାକୁ
ଭିଜାଇବାକୁ
ପ୍ରୀତି ଉପବନେ
ହେଉପଛେ ମୁହୂର୍ତ୍ତେ
ତମେ ଟିକେ ଆସନ୍ତନି ।
– ହିମାଂଶୁ ଭୂଷଣ ଜେନା
Comments
ହିମାଂଶୁ ଭୂଷଣ ଜେନା ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ତାଙ୍କ ଲିଖିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏଥି ସହିତ ବିଭିନ୍ନ ସାହିତ୍ୟ ସଂସ୍ଥା ତରଫରୁ ତାଙ୍କୁ ଅନେକ ସମ୍ମାନ ପ୍ରଦାନ କରାଯାଇଛି । ତା’ ଛଡ଼ା ତାଙ୍କର କେତୋଟି ବହି ମଧ୍ୟ ଆତ୍ମପ୍ରକାଶ କରିସାଇଛି ।