ତୁମେ ହିଁ ମୋର ଆଶା ।
ତୁମେ ହିଁ ମୋ କବିତାର ଭାଷା ॥
ତୁମେ ହିଁ ତ ମୋର ଜିଜ୍ଞାସା ।
ତୁମେ ହିଁ ମୋର ଅନୁସନ୍ଧିତ୍ସା ॥
ଦିନ ଥିଲା ତୁମେ ଥିଲ ମୋର ନିଃଶ୍ୱାସ ।
କେମିତି ଭାଙ୍ଗିଲ ମୋ ବିଶ୍ୱାସ ॥
ତୁମ ବିଚ୍ଛେଦରେ ଆଜି ମୁଁ ନିଶ୍ଵ ।
ଜୀବନ ଥାଇବି ଅଟକିଛି ଶ୍ୱାସ ॥
ତୁମ ହୀନମନ୍ୟତାର ଇଟା ।
କୁଚକ୍ରାନ୍ତର ବାଲି ॥
ଆଭିଯାତ୍ୟର ଗ୍ଲାନି ।
ଏସବୁ କରିଛି ମୋତେ ମ୍ଳାନ ॥
ମୁଁ ନୁହେଁ ଯେ କାଠର କଣ୍ଢେଇ ।
ତମେ ଦେବ ମତେ ଭଣ୍ଡେଇ ॥
ମୁଁ ଜାଣେ ମୁଁ ସ୍ମୃତିର ଶ୍ମଶାନ ।
ଆଉ ତମେ ସୌନ୍ଦର୍ଯ୍ୟର ନନ୍ଦନ କାନନ ॥
କହିବକି କି ପାଇଁ କରିଲ ରୋଷ ।
କିଏ ଭରିଦେଲା ତମ ମନରେ ବିଷ ॥
କଲମରୁ କାଳି ସରିଯାଉଛି ।
ତଥାପି ତୁମ ପାଇଁ କବିତା ଲେଖୁଛି ॥
ଏବେବି ବି ତୁମେ ମୋ ସ୍ୱପ୍ନେ ଆସୁଛ ।
ମୋ କବିତାରେ ସ୍ୱର ସଂଚାରୁଛ ॥
ତୁମେ ମୋ ହୃଦୟେ ସଦା ରହିଛି ।
କହିବକି କି ପାଇଁ ମିଛେ ରାଗିଛ ॥
– କେଶରୀ ପ୍ରସାଦ ମହାନ୍ତି
Comments
କେଶରୀ ପ୍ରସାଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।