ତୁମ ପାଇଁ ପଦେ କବିତା

Odia Poem - Tuma Pain Pade

ଚଞ୍ଚଳ ମନା ଆଲୋ ସୁଲୋଚନା
କରିଛୁ ହୃଦୟେ ଘର
ତୁ ଇନ୍ଦୁମତୀ ମୁଁ ତୋର କନକ
କେମିତି ହେବି ଲୋ ଦୂର ॥

କହିଲେ କହୁ ଲୋ ଏ ସାରା ଜଗତ
ଦେଇ ଯେତେ ଅପବାଦ
ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି
ସହିବି ସବୁରି କ୍ରୋଧ ॥

ଶିଶିର ବେଳର ତୁ ମୋ ସଜନୀ
ପାହାନ୍ତି କାକର ଟୋପା
ତୋ ବିନା ଗ୍ରୀସମେ ସିଜିବି ଏମିତି
ବାରି ବିନେ ଯେହ୍ନେ ଧରା ॥

କାନନ କୁସୁମ ସନ୍ତାପର ମନ
ପଡ଼େକି ବିଭୁ ପଦେ
ତହିଁକି ଜୀବନ ସଜାଇ ରଖିଛି
ମୋର କେଉଁ ଅପରାଧେ ॥

ନିହାର ଆକାଶେ ପଡ଼ିଛି ଭାଳେଣି
ଧୂମ୍ର ବର୍ଣ୍ଣେ ସାଜିକି ଜନନୀ
ପ୍ରେମ ପବିତ୍ରତା ହରିଙ୍କ ଦର୍ଶନେ
ଅବା ସେ ଆମା ଜାମିନୀ ॥

ଦେଉଳିର ଚୂଡ଼ା ହର୍ଷିତ କିରଣେ
ଭାଜି ଉଠେ ଅବା ତୋଷିନି
କଲକଣ୍ଠ ଭାଷି ହୃଦୟ ପରଷି
ଆସୁ ତୁ ଗଜ ଗାମିନୀ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...