ରଗସଗିଆ ଶୀତ
ଗାଁ ବାସନା ନିକା ପାଇନି ମୁଁ ତ କ୍ବାଟର୍ ଘର ଝିଅ, ତୁଠ ଗାଧୁଆ, ମାଇପି ଗପ ଗାଁ ଦାଣ୍ଡେ ଚାଲି ଧପଧପ, କଟା, ବେଙ୍ଗଳା, ସିଝା ଧାନ ଧାଇଁବି ଖଳାଠୁ ଘର ଘନଘନ, ମାଟି ଗୋବରେ ଲିପିବି ଘର ଝୋଟି…
ଗାଁ ବାସନା ନିକା ପାଇନି ମୁଁ ତ କ୍ବାଟର୍ ଘର ଝିଅ, ତୁଠ ଗାଧୁଆ, ମାଇପି ଗପ ଗାଁ ଦାଣ୍ଡେ ଚାଲି ଧପଧପ, କଟା, ବେଙ୍ଗଳା, ସିଝା ଧାନ ଧାଇଁବି ଖଳାଠୁ ଘର ଘନଘନ, ମାଟି ଗୋବରେ ଲିପିବି ଘର ଝୋଟି…
ପାଚିଲା ଧାନ ଗହିର ଶେଷମୁଣ୍ଡରେ ଧାଡ଼ି ଧାଡ଼ି ତାଳ ଗଛ ଆରପଟୁ, କୁହୁଡ଼ି ଚିରେ ସୂର୍ଯ୍ୟ... କାକର ଘାସର ମିତ, ଘର ବାହାରଟା କାଶ୍ମୀର ଲାଗେ... କମ୍ବଳ ପ୍ରେମିକାଠୁ ନିଜର, ଆଲାର୍ମ ଦଶଥର ବାଜିବାଯାଏଁ... ଅଗଣା ସାରା; ଦରାଣ୍ଡି, ଘୁଷୁଡ଼ି ଚାଲେ…
ଶୀତ ତା' ପସରା ମେଲାଇ ଦେଲାଣି ମୋ ଗାଆଁରେ ସକାଳ ସୂରଜ ମୁରୁଜ ପକାଏ ମୋ ଘର ଅଗଣାରେ । କୁହୁଡ଼ି ଚାଦର ଢାଙ୍କି ତ ଦେଲାଣି ଗାଁକୁ ମୋର ଘାସର ବକ୍ଷରେ ଶିଶିର ବିନ୍ଦୁ ଯେ କରେ ବିଭୋର ।…
ଭାରି ଭଲଲାଗେ ଶୀତୁଆ ସକାଳ କଅଁଳ ଖରାର ତାତି ଭାରି ଭଲଲାଗେ କମଳ ରେଜେଇ ଆଇ ମା' ସହ ରାତି ।। ଭାରି ଭଲଲାଗେ ମୁଆଁ ଖିଆ ଆଉ ପୁଷ ପୁନେଇର ଜହ୍ନ ମନ କିଣି ନିଏ ମୋ ମା'ର ଝୋଟି…
କୁହୁଡ଼ି ଶେଯରେ ସକାଳୁ ସେ ଢାଙ୍କି ହୋଇଥାଏ ସୁନେଲି କିରଣରେ ତା' ନିଦ ଭାଙ୍ଗିଯାଏ କୃଷକ ପୁଅ ବିଲଆଡ଼େ ମାଡ଼ିଯାଏ ମା'ଙ୍କର ବିରକ୍ତି ଭରା ଗାଳି ଶୁଣି ନିଦ ମୋର ହଜିଯାଏ ଏପଟେ ଘରୁ ଚକୁଳିର ବାସ୍ନା ମୋ ପାଶେ ମାଡ଼ିଆସେ…