ମାଟିର ମହକ
ଜନମ ଯେଉଁଠି ହୋଇଥିଲି ମୁହିଁ ଯାହାର ମାଟିକୁ ଆଗ ଛୁଇଁଲି ସେହି ମୋର ପ୍ରିୟ ଜନମ ଭୂଇଁ ଯେ ତାହାରି ଚରଣେ ମୁଣ୍ଡ ନଇଁଲି ॥୧॥ ମୋ ଗାଆଁ ଅଟେ ଗୋପଦାଣ୍ଡ ସତେ ସେଠି ଜଣାପଡ଼େ ସକାଳ ସଞ୍ଜ ସକାଳେ ସୁରୁଜ ମୁରୁଜ ବୁଣଇ ଗୋଧୂଳି ଲଗନେ ବୁଡ଼େ ସୁରୁଜ ॥୨॥ ଗାଆଁ ତୋଟା ମାଳେ କୋଇଲିର ସୁର ଫଗୁଣରେ ମନ ନିଅଇ କିଣି ସକାଳରେ ଶୁଭେ କୁଆ କାଆ କାଆ ରାତିରେ ପେଚାର ଗମ୍ଭୀର ଧ୍ୱନି…